Photo1 for the news of asa school jiba program

ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା

ରାଜ୍ୟ

ବନ୍ତ/ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ କ୍ଲଷ୍ଟର ଅନ୍ତର୍ଗତ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରଦୀପ ପଲାଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିମଳ କୁମାର ଦାସ ଯୋଗଦେଇ ଉକ୍ତ ସଭାକୁ ଉଦ୍‌ଘାଟନ କରିଥିବା ବେଳେ ପଂଚାୟତ ପୂର୍ବତନ ସରପଂଚ ଭାଗିରଥି ସେଠୀ,ବଡ଼ବର୍ଚ୍ଚିକୟାଁ ପଂଚାୟତ ସରପଂଚ ପ୍ରତିନିଧି ସିଦ୍ଧାର୍ଥ ଶଙ୍କର ଜେନା,ପରିଚାଳନା କମିଟି ସଭାପତି ପ୍ରସନ୍ନ ପଣ୍ଡା,ଆଲୁମୁନି ସଭାପତି ସୁବଳ କାନ୍ତ ପଣ୍ଡା,ଭଗବାନ ଗିରି,ସଏନନୋଡ଼ାଲ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭଗବାନ ପୁରୀ,ବନ୍ତଳା ନୋଡ଼ାଲ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସିଆରସିସି ଉପସ୍ଥିତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଟିଏସ୍ ସର୍ଭେୟର ଶିକ୍ଷକଙ୍କୁ ଅବଗତ କରିଥିଲେ । ଅଧାରୁ ପାଠ ପଢ଼ା ଛାଡିଥିବା ଓ ଆଦୌ ବିଦ୍ୟାଳୟ ଆସିନଥିବା ସମସ୍ତ ପିଲାଙ୍କୁ ସ୍କୁଲରେ ନାମ ଲେଖାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆସ ସ୍କୁଲ୍ ଯିବା ଅଭିଯାନର ମୁଖ୍ୟ ଲକ୍ଷ୍ୟକୁ ସଫଳ କରିବାକୁ ସମସ୍ତେ ବଦ୍ଧ ପରିକର ହୋଇଥିଲେ । ପରେ ବିଭିନ୍ନ ଗ୍ରାମକୁ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକଙ୍କ ସହିତ ଘରକୁ ଘର ଯାଇ ଅଧାରୁ ପାଠ ପଢ଼ା ଛାଡିଥିବା ପିଲାଙ୍କୁ ସ୍କୁଲରେ ନାମ ଲେଖାଇ ନିମନ୍ତେ ସଚେତନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆପ୍ତିରା ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଳମଣୀ ନାଇକ,ସହକାରୀ ଶିକ୍ଷକ ଗୋପିନାଥ ଦାଶ ଓ ପ୍ରଭାତ ନାୟକ,ଭଗାରାମ ବିଦ୍ୟାଳୟ ସହକାରୀ ଶିକ୍ଷକ ବିଭୂତି ଭୁଷଣ ଜେନା ଏବଂ ବାଙ୍କତୀରା ନୋଡ଼ାଲ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ ପାତ୍ର ପ୍ରମୁଖ ସିଆରସିସି ଶ୍ରୀ ପଲାଇଙ୍କ ସହ ବିଭିନ୍ନ ଗ୍ରାମକୁ ଯାଇ ଅଧାରୁ ପାଠ ପଢା ଛାଡ଼ିଥିବା ପିଲାଙ୍କୁ ଓ ଆଦୌ ବିଦ୍ୟାଳୟକୁ ଆସିନଥିବା ପିଲାଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ପ୍ରେରଣା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା ।