Photo for the news of mahatab jayantee

ଜିଲ୍ଲା ମହତାବ ଜୟନ୍ତୀ ମହୋତ୍ସବ ଉଦ୍‌ଘାଟିତ

ରାଜ୍ୟ

ଆଗରପଡ଼ା:ଭଦ୍ରକ ଜିଲ୍ଲାସ୍ତରୀୟ ଡ. ହରେକୃଷ୍ଣ ମହତାଦଙ୍କ ଜୟନ୍ତୀ ମହୋତ୍ସବ ଗୁରୁବାର୨୦ତାରିଖ ଉଦ୍‌ଘାଟିତ ହୋଇଯାଇଛି । ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲ୍ଲାକ୍ସି ମହତାବ ମଂଚରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜୟନ୍ତୀ କମିଟିର ଉପସଭାପତି ତଥା ରାଜ୍ୟ ମାନବାଧିକାର କମିଶନ ସଂପାଦକ ନିରୋଜ ଆଇଚଙ୍କ ସଭାପତିତ୍ୱ ଓ ସଂପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ପାଇମହୁରା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଚିନ୍ତାମଣୀ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ପୁରୁଷଣ୍ଢ ଗ୍ରାମ ପଂଚାୟତର ସରପଂଚ ପ୍ରକାଶ ବିଶ୍ୱାଳ, ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି, ହାଟଡିହି ବ୍ଳକ କାନପୁର ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡା, ବନ୍ତ ବ୍ଲକର ବିଶିଷ୍ଟ ସମାଜ ସେବୀକା କମଳା ମିଶ୍ର, ଆଗରପଡ଼ା ବରିଷ୍ଠ ନାଗରୀକ ସୁରକ୍ଷା ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ ପ୍ରମୁଖ ମଞ୍ଚଚାସୀନ ହୋଇ ନିଜର ବହୁ ମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଡ. ମହତାବଙ୍କ ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପ ମାଲ୍ୟ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । କମିଟିର ଉପସଭାପତି ଶିକ୍ଷାବିତ ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧକ୍ଷ ତପନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ,ସଂଗୀତ,ପ୍ରବନ୍ଧ,ସମ୍ଭାଷଣ,ଏକକ ଅଭିନୟ ଓ ସମବେତ ନୃତ୍ୟ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଶିକ୍ଷକ ଗୌରାଙ୍ଗ ବିଶ୍ୱାଳ, କବି ଅକ୍ଷୟ ରାଉତ ସାହିତ୍ୟିକ ଜୈନୁଲ ଆନେଦିନ, ଅଧ୍ୟାପକ ଡ. ହରିହର ଦାସ, ଶିକ୍ଷକ ଅମରେନ୍ଦ୍ର ଦାଶ ପ୍ରମୁଖ କାର୍ଯ୍ୟ ସଂପାଦନ କରିଥିଲେ ।୨୧ ତାରିଖ ସଂଧ୍ୟା ୫ ଘଟିକାରେ ଉଦ୍‌ଯାପନ ଦିବସରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ, ଡା ଦାମୋଦର ପଣ୍ଡା, ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡ଼ା ପୃଥିରାଜ ପଣ୍ଡା, ସମାଜସେବୀ ରବିନାରାୟଣ ପଣ୍ଡା ପ୍ରମୁଖ ଯୋଗଦେବେ । ଏଥିରେ ବିଶେଷ ଆକର୍ଷଣ ଭାବେ ଯୋଗ ଦେବେ ଓଡିଆ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ୨ଦିନ ବ୍ୟାପୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ।