Img 20251112 wa0299

ଆର କେ ଡିଗ୍ରୀ କଲେଜ ପକ୍ଷରୁ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା           

ରାଜ୍ୟ
 ବାରିପଦା-  ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଭୁକ୍ତ ରଜନୀକାନ୍ତ ଡ଼ିଗ୍ରୀ କଲେଜ ପକ୍ଷରୁ  ନୂତନ ଶିକ୍ଷାବର୍ଷ ଆରମ୍ଭ ଉପଲକ୍ଷେ ନୂତନ ଭାବେ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଅଧକ୍ଷ ମମତା ବାରିକ,ବିଶ୍ୱଜିତ ଗିରି,ଚନ୍ଦନ ଗିରି,ସ୍ୱାଭିମାନ ଖଟୁଆ,କୃଷ୍ଣରାଣୀ ଗିରି ଏବଂ ଅନ୍ୟ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ନୂତନ ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ନୂତନ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟ/ମହା ବିଦ୍ୟାଳୟରେ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଇ ଶିଷ୍ଟାଚାର ଓ ସଂସ୍କାରର ମହତ୍ୱ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ବିଭିନ୍ନ ସଂସ୍କୃତିକ କାର୍ଯକ୍ରମ, ନୃତ୍ୟଗୀତ ଓ ଅଭିନୟ ପ୍ରଦର୍ଶନ ହୋଇଥିଲା।ବରିଷ୍ଠ ଛାତ୍ରଛାତ୍ରୀ ମାନେ ତଥାକଳା ବିଭାଗର ବିଜୁ ବେହେରା, ସୁରାଇ ଟୁଡୁ,ଦିପୁନ ବେହେରା,ରଞ୍ଜିତ ବେହେରା ଏବଂ ବିଜ୍ଞାନ ବିଭାଗର ଶଶଶ୍ରୀ ମହାନ୍ତ,କାଜଲ ମାର୍ଣ୍ଡି,ମୁକେଶ ଟୁଡୁ,ପ୍ରିୟଙ୍କା ମହାନ୍ତ,ଲାଖିଆ ହେମ୍ରମଙ୍କ ସହ ସମସ୍ତ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଇ ଥିଲା।  ସର୍ବ ଶେଷରେ ବିଜୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l