ବାରିପଦା: ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଵିଜାତଳା ଵ୍ଳକରେ ବିଡ଼ିଓ ବଂଶିଧର ଖୋସଲା ସରକାରଙ୍କ ଗାଇଡ ଲାଇନ କୁ ଉଲଙ୍ଘନ କରି ଜନପ୍ରତିନିଧି ଙ୍କୁ ଅଣଦେଖା କରିବା ନେଇ ଜନ ପ୍ରତିନିଧିମାନେ ଗତ ମଙ୍ଗଳବାର ଦିନ ଵିଜାତଳା ବ୍ଲକରେ ତାଲା ଠୁଙ୍କିବା ସହ ଧାରଣାରେ ବସିଥିଲେ l ଆଜି ବିଡ଼ିଓ ଧାରଣିରତ ଜନପ୍ରତିନିଧି ଙ୍କ ପାଖକୁ ଯାଇ ସେମାନଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ଦେଲାପରେ ସମାଧାନ ବାଟ ଫିଟିଲା l ବିଡିଓଙ୍କ କଥାକୁ ସମ୍ମାନ ଜଣାଇ ଜନପ୍ରତିନିଧିମାନେ ଧାରଣାରୁ ଅହିରିଥିଲେ । ସୂଚନାଯୋଗ୍ୟ ବିଜାତଳା ବ୍ଳକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆସିଛି ।ସରକାରଙ୍କ ଗାଇଡ ଲାଇନ ଅଛି ଜନପ୍ରତିନିଧି ଙ୍କ ଭାଗ ଷାଠିଏ ଏବଂ ବିଧାୟକଙ୍କ ଭାଗ ଚାଳିଶ ।କିନ୍ତୁ ବିଡ଼ିଓ କୌଣସି ନା କୌଣସି ସରକାରଙ୍କ ଚାପରେ ପଡି ବିଧାୟକ ଭାଗ ଷାଠିଏ ଏବଂ ପ୍ରତିନିଧିଙ୍କ ଭାଗ ଚାଳିଶ ବଣ୍ଟନ ନେଇ ଦିର୍ଘ ୪ ମାସ ହେଲା ଅଙ୍କ ଛିଡୁ ନଥିଲା ।ଜନ ପ୍ରତିନିଧିଙ୍କ ମଧ୍ୟରେ ପ୍ରଵଳ ଅସନ୍ତୋଷ ଦାନା ବୃଦ୍ଧି ପାଇଥିଲା ।ଅପରପକ୍ଷରେ ପଞ୍ଚାୟତ ସମିତି ବିଜେଡି ହାତରେ ଥିବାବେଳେ ବିଧାୟକ ଏଵଂ ସରକାରରେ ବିଜେପି ଅଛି ।ତେଣୁ ଛକାପଞ୍ଝା ରାଜନୀତିରେ ବିଡ଼ିଓ ମହାଶୟ ପେଶି ହେଉଥିଲେ।ଅପରପକ୍ଷରେ ଜନପ୍ରତିନିଧି ମାନେ ସେମାନଙ୍କ ହକ କୁ ବିଡ଼ିଓ ଅଣଦେଖା କରିବା ଅଭିଯୋଗ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ବିଜାତଳା ବିଡ଼ିଓ ବଂଶିଧର ଖୋସଲା ଧାରଣା ଜାଗା କୁ ଆସି ସମାଧାନ କଲେ l ଜନପ୍ରତିନିଧି ଙ୍କୁ ଷାଠିଏ ଭାଗ ଏବଂ ବିଧାୟକ ଙ୍କୁ ଚାଳିଶ ଭାଗ ମିଳିବ ଏବଂ ଉନ୍ନତି ମୂଳକ କାମ ହେବ ଯେଉଁ ପଂଚାୟତ ରେ କାମ ହେବ ଜନପ୍ରତିନିଧିଙ୍କ ଜଣା ହେବ ବୋଲି ବିଡ଼ିଓ କହିଥିଲେl l ସମସ୍ତ ଜନପ୍ରତିନିଧି,ବିଧାୟକ ସମସ୍ତଙ୍କ ପାଇଁ ତାଙ୍କ ଦୁଆର ସବୁବେଳେ ଖୋଲା ।ସମସ୍ତଙ୍କୁ ନେଇ ସେ ବିଜାତଳା ଵ୍ଳକର ଉନ୍ନତି ପାଇଁ ସହଯୋଗ କାମନା କରିଛନ୍ତି । ପୋଲିସ ବ୍ଳକ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ l ସରଗଡା ପଞ୍ଚାୟତ ସମିତି ସଭ୍ୟ ରବୀନ୍ଦ୍ରନାଥ ମୁଣ୍ଡା,ଵଡଝରଣ ପଞ୍ଚାୟତ ସମିତିସଭ୍ଯା ବବିତା ମୁଣ୍ଡା,ବିଜାତଳା ସରପଞ୍ଚ ଦମୟନ୍ତୀ ଟୁଡୁ,ମୁଣ୍ଡାଠାକୁରା ସମିତି ସଦସ୍ୟା ପୁଷ୍ପାଞ୍ଜଳି ବେହେରା,ମାଣିକପୁର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା,ସମିତି ସଦସ୍ୟା ନୂତନ ଵେଶ୍ରା,ବିଜାତଳା ସମିତି ସଦସ୍ୟ ଡିବା ଟୁଡୁ,ରାମହରି ସମିତି ସଭ୍ୟ ଆଶିଷ ଦାସ,ଲୁହାଶିଳା ସମିତି ସଭ୍ଯା ଶୁକୁରୁମଣି ମାରାଣ୍ଡି,ନୂସାଡିହି ସମିତି ସଭ୍ୟା ବାସନ୍ତୀ ମାଝୀ,ଚଢ଼େଇ ପାହାଡି ସମିତି ସଭ୍ଯା କୁନି ସର୍ଦାର , ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ବ୍ଳକ ଅଧ୍ୟକ୍ଷା ରାଣୀ ମୁର୍ମୁ ପ୍ରମୁଖ ଜଣପ୍ରତିନିଧି ଆଜି ଆଲୋଚନା ପରେ ଧାରଣାରୁ ଓହରିଥିଲେ l
