Img 20250812 wa0170

ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରଥମ ବାର୍ଷିକ ଉତ୍ସବ 

ରାଜ୍ୟ
ବାରିପଦା : ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରଥମ ବାର୍ଷିକ ଉତ୍ସବ ପୁରୁଣା ହାଟସାହି ସ୍ଥିତ ଟୁଙ୍ଗୀ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ଟୁଙ୍ଗୀରେ ପୂଜା ଓ ହୋମ ସହ ଏହି ଉତ୍ସବ ଆରମ୍ଭ ହୋଇଥିଲା l ପରେ ଉପସ୍ଥିତ ଭକ୍ତମାନେ ସାମୁହିକ ଶ୍ରୀଗୁରୁ ଭାଗବତ ପରାୟଣ ଓ ଭଜନ ପରିବେଷଣ କରିଥିଲେ l ଏହି ଉତ୍ସବରେ ବାରିପଦା ସ୍ଥିତ ପୂର୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ସମାଜସେବୀ ସୋମନାଥ ସିଂହଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଓ ମୟୁରଭଞ୍ଜ ଶ୍ରୀଗୁରୁ ଭାଗବତ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ଆମେ ମୟୁରଭଂଜିଆର ଆବାହକ ସାମ୍ବାଦିକ ସଞ୍ଜୟ ଚୌଧୁରୀ ତଥା ସତ୍ୟଜିତ ଶୋମ, ବିଶ୍ୱଜିତ ମହାନ୍ତି, ଦେବେନ୍ଦ୍ର ନାଥ ଦାଶଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ I ଶ୍ରୀଗୁରୁ ଭାଗବତର ପ୍ରଚାର ପ୍ରସାର ପାଇଁ ପ୍ରତିଷ୍ଠିତ ଏହି ଟୁଙ୍ଗୀ ଏକ ବର୍ଷ ମଧ୍ୟରେ ବାରିପଦାରେ ପ୍ରଥମଥର ପାଇଁ ଶ୍ରୀଗୁରୁ ଭାଗବତ ପାଲିଙ୍କି ଶୋଭାଯାତ୍ର ସହ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବ, ରୋଜ ମାନସିକ ଭିନ୍ୟକ୍ଷମ ବିଦ୍ୟାଳୟରେ ଆଶ୍ରିତ ଅନ୍ତେବାସୀଙ୍କ ପାଇଁ ଖାଦ୍ୟପେୟ, ଦୈନନ୍ଦିନ ଔଷଧ, ଅନ୍ୟାନ୍ୟ ଆବଶ୍ୟକୀୟ ଆସବାବପତ୍ର ପ୍ରଦାନ କରାଯାଇଥିଲା l ଏହି ବର୍ଷ ରଥଯାତ୍ରା ସମୟରେ ଟୁଙ୍ଗୀ ତରଫରୁ ଭଜନ ସନ୍ଧ୍ୟା ସହ ସରବତ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ  ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା l ସାଇଭକ୍ତ ତରୁଣ ଦାସ, କୀର୍ତ୍ତିମୋହନ ମହାନ୍ତି, ଅମିତାଭ ପଟ୍ଟନାୟକ, ବିଶ୍ଵମୋହନ ବାରିକ,  ମନୋଜ କୁମାର ମହାନ୍ତ, ଦୁଷ୍ମନ୍ତ ସେଠି ଓ ରାକେଶ ପାଣିଗ୍ରାହୀ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. I