ବାରିପଦା: ସ୍ତ୍ରୀ ଓ ଶାଶୁ କୁ ମାରି ଗାତ ଖୋଳି ପୋତିଦେଲା ନରପିଚାସୁ । ଏହିଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଅଛି ମୟୁରଭଞ ଜିଲା କୁଳିଅଣା ଥାନା ଅଞ୍ଚଳରେ । ଯାହାକି ଆଜି ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଅଛି । ଉକ୍ତ ଥାନା ଅନ୍ତର୍ଗତ ସରପଙ୍ଖା ନୂଆ ଗାଁ ଅଞ୍ଚଳରେ ଘଟିଅଛି ଏହି ଡବଲ ମର୍ଡର ଘଟଣା । ଅଭିଯୁକ୍ତ ଦେବାଶିଷ ପାତ୍ର ତିନି ବର୍ଷ ତଳେ ଉକ୍ତ ଥାନା ଅନ୍ତର୍ଗତ ଆମ୍ବଡୁବି ଅଞ୍ଚଳର ସୁନାଲୀ ଦଲେଇ(୨୦) କୁ ବିବାହ କରିଥିଲା । ତାଙ୍କର ଏକ ଶିଶୁପୁତ୍ର ମଧ୍ୟ ଅଛି । ମାତ୍ର ବାହାଘର ପରଠାରୁ ଉଭୟ ଙ୍କ ମଧ୍ୟରେ ମନମାଳିନ୍ୟ ଲାଗିରହିଥିଲା । ତେଣୁ ସୁନାଲୀ ସ୍ୱାମୀ ଠାରୁ ଅଲଗା ତାଙ୍କ ବାପ ଘରେ ରହିଆସୁଥିଲେ । ଅଭିଯୁକ୍ତ ଦେବାଶିଷ ଆପୋଷ ବୁଝାମଣା କରି ପୁଣି ଭଲରେ ରହିବ ବୋଲି ପ୍ରତିଶୃତି ଦେଇ ସ୍ତ୍ରୀ ସୁନାଲୀ କୁ ଡାକିଥିଲା । ତେଣୁ ଚଳିତ ମାସ ୧୨ ତାରିଖରେ ସୁନାଲୀ ଦଳେଇ ଏବଂ ତାଙ୍କ ମା ସୁମତୀ ଦଳେଇ ଙ୍କ ସହ ସ୍ୱାମୀ ଘରକୁ ଆସିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ଉଭୟ ଙ୍କ କୈାଣସି ଖୋଜ ଖବର ନ ପାଇବାରୁ ପରିବାର ଲୋକେ ଥାନାରେ ଖବର ଦେବା ସହ ପୋଲିସ ସହାୟତାରେ ଦେବାଶିଷ ଘରକୁ ଆସିଥିଲେ । ପୋଲିସ ଆସି ଖୋଳତାଡ କରିବାରୁ ସବୁ କଥା ପଦାକୁ ବାହାରିଥିଲା । ଅଭିଯୁକ୍ତ ଦେବାଶିଷ ମା ଓ ଝିଅ କୁ ୧୫ ତାରିଖରେ ପଥରରେ ଛେଚି ହତ୍ୟା କରିବା ପରେ ନିଜ ବାଡିପଟରେ ଛଅ ସାତ ଫୁଟ ର ଗାତ ଖୋଳି ପୋତିଦେଇଥିବାର ପୋଲିସ ଆଗରେ ସ୍ୱୀକାର କରିଥିଲା । କାଳେ ଗାଁ ଲୋକେ ଗାତ କାହିଁକି ଖୋଳା ହୋଇଛି ବୋଲି ସନ୍ଦେହ କରିବେ ତେଣୁ ଅଭି୍ଯୁକ୍ତ ଦେବାଶିଷ ସେହି ଗାତ ଉପରେ କଦଳୀ ଗଛ ଲଗାଇ ଥିଲା । ପୋଲିସ ଜେସିବି ସହାୟତାରେ ଗାତ କୁ ତାଡି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଇଛି । ଏଥି ସହିତ ଅଭିଯୁକ୍ତ ଦେବାଶିଷ ପାତ୍ର କୁ ଗିରଫ କରି ଅଧ୍ଚଳ ତଦନ୍ତ ଜାରିରଖିଅଛି ।
