Img 20250703 wa0129

ସର୍ପାଘାତରେ ଚାଷୀ ମୃତ

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ହାତିଆ ପଞ୍ଚାୟତର କପିଳି ଗ୍ରାମର ଜନୈକ ଚାଷୀ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ କପିଳି ଗ୍ରାମର  ଚାଷୀ    ଜୀତେନ୍ଦ୍ର ଲୋହାର(୪୫)  ଅପରାହ୍ନରେ ବିଲରେ ଚାଷ କାମ ସାରି ଘରକୁ  ଫେରିଥିଲେ ।ଘର ଦାଣ୍ଡ ଦୁଆର ପାଖରେ ଠିଆ ହୋଇଥିବାବେଳେ ଚାଳରୁ  ହଠାତ୍ ଏକ ଗୋଖର ସାପ ବାହାରି  ତାଙ୍କୁ ଦଂଶି ଦେଇଥିଲା । ସତେ ଯେମିତି ଯମ ଦାଣ୍ଡ ଦୁଆର ଆଗରେ ଜଗି କି ରହିଥିଲା ।ତାଙ୍କୁ  ଡାକ୍ତରଖାନା ଅଣାଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।  ଗୋରୁମହିଷାଣୀ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରଵର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ଗାଁରେ ଶୋକାକୁଳ ପରିଵେଶ ସୃଷ୍ଟି ହୋଇଛି ।ଘର ଲୋକେ  ଜାଲରେ ଗୋଖର ସାପଟିକୁ ଧରିଛନ୍ତି ।ଘରର ରୋଜଗାରିଆ ଲୋକଟିର ଦୁଃଖଦ ମୃତ୍ୟୁ ନେଇ ତୁରନ୍ତ ପ୍ରଶାସନିକ ସ୍ତରରେ ସରକାରୀ ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି ।