Zzzz

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଶଙ୍କରାଚାର୍ଯ୍ୟ

ରାଜ୍ୟ

ପୁରୀ,୨୬ା୬: ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି।

ବହୁତ ସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ବିଶ୍ବପ୍ରସିଦ୍ଧ ଓ ମହାପ୍ରଭୁ ଜଗନ୍ନାଥଙ୍କ ଧାମ | ସନାତନ ହିନ୍ଦୁ ଧର୍ମର ୪ ଧାମ ମଧ୍ୟରୁ ଏହା ଅନ୍ୟତମ | ସୂଚନାଯାଗ୍ୟ ଦୀଘାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯିବା ଓ ଏହି ସ୍ଥାନକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ଅବ୍ୟାହତ ରହିଛି |