Naxal 1

ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୨ ନକ୍ସଲ ନିହତ

ରାଜ୍ୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ଛୋଟାବେଠିଆ ଅଞ୍ଚଳରେ ଆଜି ସକାଳେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି।

ସୂଚନା ଅନୁସାରେ ଛୋଟାବେଠିଆ ଅଞ୍ଚଳରେ ପ୍ରାୟ ଅଧ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନବେଳେ ଜଣେ ମହିଳା ନକ୍ସଲ ସମେତ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଏଥି ସହ ବନ୍ଧୁକ ଓ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି। ମୃତ ନକ୍ସଲଙ୍କ ଚିହ୍ନଟ ଚାଲିଥିବା ପୋଲିସ କହିଛି।