Raghunathpali ps 750x430

ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ

ରାଜ୍ୟ

ରାଉରକେଲା: ରାଉରକେଲା ରଘୁନାଥ ପାଲି ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ ଜବତ କରାଯାଇଛି। ବିସ୍ଫୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡ଼ି ଡ୍ରାଇଭରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।