E

ଯୁକ୍ତ ୨ ପରୀକ୍ଷାରେ ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ରାଜ୍ୟ
ବାରିପଦା : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରିପଦା ରଘୁନାଥପୁର ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେ ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟ ରେ ମୋଟ୍ ୧୭୧ ଜଣ ପରୀକ୍ଷର୍ଥୀ ପରୀକ୍ଷା ଦେଇଥିଲା ବେଳେ ବିଜ୍ଞାନରେ ୪ ଜଣ ୯୦ପ୍ରତିଶତ ଉପରେ, ୩୪ ଜଣ ୮୦ ପ୍ରତିଶତ ଉପରେ, ପ୍ରଥମ ଶ୍ରେଣୀରେ ୧୨୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୮ ଜଣ, ବାଣିଜ୍ୟ ରେ ୩ ଜଣ ୯୦ ପ୍ରତିଶତ ଉପରେ ୧୦ ଜଣ ୮୦ପ୍ରତିଶତ ଉପରେ, ପ୍ରଥମ ଶ୍ରେଣୀରେ ୨୦ ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବାଣିଜ୍ୟ ରେ ଗାୟତ୍ରୀ ମହାନ୍ତ ୯୪.୫ ପ୍ରତିଶତ, ସୁବ୍ରତ ଦାସ ୯୨.୧୭ ପ୍ରତିଶତ ଓ ରାମ ହେମ୍ବ୍ରମ୍ ୯୦.୧୨ ପ୍ରତିଶତ ମାର୍କ ରଖି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାନରେ ସଞ୍ଚିତା ଭୋଳ ୯୨.୫ ପ୍ରତିଶତ, ଅନନ୍ୟା ମହାନ୍ତ ୯୨ ପ୍ରତିଶତ ଓ ରାମାନୁଜ ଦାସ ୯୦.୩୩ ପ୍ରତିଶତ ରଖି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପ୍ରତ୍ୟକ୍ଷ ତତ୍ତଵାବଧାନରେ ତଥା କର୍ମଚାରୀ ମାନଙ୍କ ସମୂର୍ଣ୍ଣ ପ୍ରୟାସ, ତ୍ୟାଗ ଫଳରେ ଆଜି ଆମେ ଏହି ସଫଳତା ହାସଲ କରିଅଛୁ। ଏହି ସଫଳତା ପାଇଁ ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ଇଂ. ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଅଧ୍ୟକ୍ଷା ଅଙ୍କିତା ବାରିକ୍, ଉପାଧ୍ୟକ୍ଷ ଡ. ରାଜକୁମାର ବିଶ୍ଵାଳ ବିଜ୍ଞାନ ମୁଖ୍ୟ ଡ. ଆଦର୍ଶ ଶତପଥୀ, ବାଣିଜ୍ୟ ମୁଖ୍ୟ ରମାକାନ୍ତ ପାତ୍ର ପ୍ରମୁଖ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଅଭିଭାବଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।