Screenshot 2025 05 21 003501

ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ

ରାଜ୍ୟ

ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର  ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ ହୋଇଛନ୍ତି ।

ଜଣେ ବିଲ୍ଡରଙ୍କଠାରୁ ୩୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ।

ଡିଜିପିଙ୍କ ଆଦେଶ ଅନୁସାରେ, ଏହି ଦୁଇ ପୋଲିସ କର୍ମଚାରୀ ନିଲମ୍ବନ ଅବଧି ମଧ୍ୟରେ ଉତ୍ତରାଞ୍ଚଳ ଆଇଜିପିଙ୍କ ନିକଟରେ ରିପୋର୍ଟ କରିବେ।

ସୂଚନାଥାଉକି, ରଞ୍ଜନ ବିଶ୍ୱାଳ ସମ୍ବଲପୁର ପୋଲିସ ଷ୍ଟେସନରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ଉଠିଥିଲା।