ପତ୍ନୀ ହତ୍ୟାକାରୀ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା – ଆଜି ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ମାନ୍ୟବର ଆଡିସନାଲ ସେସନ ଜଜ କମ ସ୍ପେଶାଲ ଜଜ ଭିଜିଲାନ୍ସ ପୁର୍ଣିମା ଜେନା ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତରଗତ ଚିକଟାମାଟିଆ ଗ୍ରାମର ବିଦା ଏଲିଏସ ବିଦ୍ୟାଧର ନାଏକ (70) କୁ ଭାରତୀୟ ନ୍ୟାୟ ସଂହିତା ଦଫା 304-(part-2) ଆଇପିସି ଅନୁଯାୟୀ ଦଶବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ 2022 ମଇ 24 ରିଖ ସନ୍ଧ୍ୟା 7 ଟା ପାଖା ପାଖି ସମୟରେ ଅଭିଯୁକ୍ତ ବିଦ୍ୟାଧର ନାଏକ ପତ୍ନୀ ପ୍ରଶାନୀ ନାଏକ କୁ ଘରୋଇ କଳି କୁ ନେଇ ଏକ ଠେଙ୍ଗା ରେ ନିର୍ଘାତ ପିଟିବା ସହିତ ଗୋଇଠା ବିଧା ମଧ୍ୟ ମାରିଥିଲା l ଏହାକୁ ପୁତ୍ର ବୋହୁ ଏବଂ ନାତୁଣୀ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ପିଟିଥିଲା l ଫଳରେ ଘଟଣା ସ୍ଥଳରେ ପ୍ରଶାନୀ ନାଏକ ଙ୍କ ପ୍ରାଣବାୟୁ ଉଡିଯାଇଥିଲା l ପୁଅ ବିରେନ ନାଏକ ଘରେ ଉକ୍ତ ସମୟରେ ଘରେ ଉପସ୍ଥିତ ନଥିଲା l ପରେ ଘରକୁ ଆସି ସ୍ତ୍ରୀ ପାଖରୁ ସମସ୍ତ କଥା ଶୁଣିବା ପରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା l ଏ ବାବଦରେ ମୋରଡା ଥାନାରେ କେସ ନମ୍ବର 125/25.5.2022 ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ 26.5.2022 ରେ ଗିରଫ କରି କୋର୍ଟ ଚଲାଣ କରାଯାଇଥିଲା l ଆଜି ମାନ୍ୟବର ଅଡାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର କୁ ଭିତ୍ତି କରି ଚୂଡାନ୍ତରାୟ ପ୍ରକାଶ ପାଇଅଛି l