୨୨

ସ୍ୱର୍ଗତା ଶାନ୍ତିଲତା ପଟ୍ଟନାୟକଙ୍କ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ

ରାଜ୍ୟ

କଟକ, ୦୨।୦୩  : ବିଶିଷ୍ଟ ଧର୍ମପରାୟଣା ମହିଳା ତଥା ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକଙ୍କ ମାତୃ ବିୟୋଗରେ ସ୍ଥାନୀୟ ଓଏମପି ସ୍ଥିତ ଡାକ ବଙ୍ଗଳା ପରିସରରେ ଆଜି (ସୋମବାର) ସନ୍ଧ୍ୟାରେ ଏକ ଶୋକାକୁଳ ପରିବେଶରେ ସ୍ମୃତିସଭା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ବହୁ ସଂଖ୍ୟାରେ ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗ ଦେଇ ସ୍ୱର୍ଗତା ଶାନ୍ତିଲତା ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପସ୍ଥିତ ଅତିଥିମାନେ ସ୍ୱର୍ଗତା ପଟ୍ଟନାୟକଙ୍କର ସରଳ ଜୀବନଯାପନ, ପରୋପକାରୀ ଗୁଣ ଏବଂ ଧାର୍ମିକ ମନୋଭାବ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସେ ଜଣେ ମେଳାପୀ ଓ ସ୍ନେହମୟୀ ମହିଳା ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ତାଙ୍କର ବିୟୋଗ ଅଞ୍ଚଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ସ୍ମୃତିସଭାରେ ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ମହେଶ ପାଟରା, ଲକ୍ଷ୍ମୀଧର ସାହୁ (ଶଙ୍ଖ), ସ୍ୱଦେଶ କୁମାର ସିଂହ, ଉମାକାନ୍ତ ଜେନା, ଲକ୍ଷ୍ମୀଧର ସାହୁ, ବିଶ୍ୱଜିତ ଧଳ, ରଜତ କୁମାର ମହାନ୍ତି, ମନୋଜ ମହାନ୍ତି, ପ୍ରଶାନ୍ତ ବାରିକ ଏବଂ ରାଧାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶେଷରେ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Shrutilipi ad