ବାରିପଦା: ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ସଭାରେ ପଣ୍ଡିତ ଭାଗବତ ପଣ୍ଡା, ବିଶିଷ୍ଟ ସାହିତ୍ୟିକ, ପରିବେଶବିତ ପଦ୍ମ ଲୋଚନ ନନ୍ଦ, କୃତି ଶିକ୍ଷକ ଡ଼. ଶଶୀ ଧର ବିଶ୍ୱାଳ, ମହୋତ୍ସବ କମିଟିର ଅଧ୍ୟକ୍ଷ ଆଇନଜୀବୀ ଅରବିନ୍ଦ ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବଳାଙ୍ଗୀ ମହୋତ୍ସବ ଅବଲୁପ୍ତ ପ୍ରାୟ ଭାଷା ସାହିତ୍ୟ, କଳା ସଂସ୍କୃତି ର ପୁନଃଉତ୍ଥାନ ପାଇଁ ଦୀର୍ଘ 23 ବର୍ଷ ଧରି କାର୍ଯ୍ୟ କରିଆସୁଥିବାରୁ ଉଦ୍ୟକ୍ତା ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ | ଏହି ଅବସର ରେ ଠାକୁରମୁଣ୍ଡାର ବିଶିଷ୍ଟ ମହିଳା ପରିବେଶ କର୍ମୀ କ୍ଷୀରମଣି ମହାନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ପରେ ପ୍ରସିଦ୍ଧ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲୋକ କଳା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା. ସଦସ୍ୟ ପଦ୍ମନାଭ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ସମ୍ପାଦକ ସନତ ବାରିକ, ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ |

