ବାରିପଦା: ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ, ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନର ସହଯୋଗରେ, ୟୋନେକ୍ସ ସନରାଇଜ (YONEX- SUNRISE) ଅଲ୍ ଓଡ଼ିଶା ରାଜ୍ୟ ବାଳକ ବାଳିକା ସବ୍-ଜୁନିୟର (U15) ଏବଂ ଜୁନିଅର (U19) ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ଏପ୍ରିଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ବାରିପଦାସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।
ଏହି ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜରୁ ୩୦ ପ୍ରତିଯୋଗୀ ଥିବାବେଳେ ସାରା ଓଡ଼ିଶାରୁ ୧୫୦ରୁ ଉର୍ଦ୍ଧ ସବ୍-ଜୁନିୟର ଓ ଜୁନିଅର ଉଭୟ ବାଳକ ଓ ବାଳିକା Singles/ Doubles/Mixed Doubles ବିଭିନ୍ନ ଶ୍ରେଣୀର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାପାଇଁ ପଞ୍ଜୀକରଣ କରିଛନ୍ତି । ଏହି ପ୍ରତିଯୋଗୀତାକୁ ପରିଚାଳନା କରିବାକୁ ୩୦ ଜଣ ରାଜ୍ୟ ସୀକୃତପ୍ରାପ୍ତ ରେଫରୀ ମଧ୍ୟ ଯୋଗଦାନ କରିବେ ଓ ବିଜେତା ମାନଙ୍କୁ ସମୁଦାୟ ୧,୨୪,୦୦୦ (ଏକ ଲକ୍ଷ ଚବିଶ ହଜାର) ନଗଦ ମୁଦ୍ରାରାଶି ପ୍ରାଇଜ ଆକାରରେ ଦିଆଯିବାର ଯୋଜନା ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସାଧାରଣ ସମ୍ପାଦକ ବିଭୁତି ଭୂଷଣ ଦାସ ଏକ ପ୍ରେସ ବିଜ୍ଞାପ୍ତି ରେ ଜଣାଇଛନ୍ତି ।
ବାରିପଦାସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଏହି ଟୁର୍ଣ୍ଣାମେଣ୍ଟ ୧୮ତାରିଖ ସକାଳ ୯ଟାରେ ଉନ୍ନମୋଚନ ହେବାକୁ ଥିବା ବେଳେ ୨୦ ତାରିଖ ସନ୍ଧ୍ୟା ୪ଟା ରେ ଉତଯାପିତ ହେବାର ଚୂଡାନ୍ତ ହୋଇଅଛି । ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚ ସକାଳ ୯ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି ବୋଲି ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ଶ୍ରୀ କିଶୋର କୁମାର ବିଶ୍ଵାଳ ଜଣାଇଛନ୍ତି।

