କାଳୀପଡ଼ିଆ ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ହରିହାଟ

ରାଜ୍ୟ

ଆଗରପଡ଼ା:ବନ୍ତ ବ୍ଲକ ଗଣିଜାଙ୍ଗ ବଜାର କାଳୀପଡ଼ିଆ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ହରିହାଟ ଚାଲିଛି । ୯ ଧରି ଉତ୍ସବ ଚାଲିବା ପୂଜାର ପ୍ରଥମ ଦିନରେ ସ୍ଥାନୀୟ ଶାସନ ପୁଷ୍କରିଣୀରୁ ୫ଟି କଳସ ଉତ୍ତୋଳନ କରାଯାଇ ଶୋଭାଯାତ୍ରାରେ ବାଜା ବଜାଇ, ବାଣ ଫୁଟାଇ ବଜାର ପରିକ୍ରମା କରାଯାଇଥିଲା । ସମଗ୍ର ଅଂଚଳର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ଏହା ମଧ୍ୟରେ ଘଟ ଅଣାଯାଇ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଥିଲା । ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ଯାଣିଗ୍ରାହୀ ପୂଜାର୍ଚ୍ଚନା କରୁଛନ୍ତି । ତ୍ରିଲୋଚନ ପ୍ରଧାନ, ରାମ ବାରିକ, ଦ?ୟାନିଧି ଘଡାଇ ସମସ୍ତ ମନ୍ଦିର କାର୍ଯ୍ୟରେ ସହଯୋଗ କରୁଛନ୍ତି । ଜଗନ୍ନାଥଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ହୋଇଥିଲା । ପ୍ରତିଦିନ ଭାଗବତ ପାଠ, ଭଜନ କାର୍ଯ୍ୟକ୍ରମ ଚାଲିଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି ।

Shrutilipi ad