ବିଶୋଇ ଅଂଚଳରେ କାଳବୈଶାଖୀ ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତି ପୂରଣ ନେଇ  ଗ୍ରାମବାସୀ ଜନଶୁଣାଣୀରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ 

ରାଜ୍ୟ
ବାରିପଦା –  ୨୦ ମାର୍ଚ୍ଚ  ୨୦୨୫ ବିଶୋଇ ଅଂଚଳ ବାସୀଙ୍କ ପାଇଁ ଏହା କାଳ ରାତ୍ର ଥିଲା ।ଯାହାର ଭୟାବହତା ଏଯାଏଁ ବିଶୋଇ ବାସୀଙ୍କ ମନରୁ ଲିଭି ନାହିଁ ।କାଳବୈଶାଖୀ ଓ ପ୍ରବଳ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ଖଡମଵେଡା ପଞ୍ଚାୟତ ଓ ଯୁଡିଆ ପଞ୍ଚାୟତର ୧୫ ଟି ରାଜସ୍ବ ଗ୍ରାମ ତଥା ୧୯ ଟି ସାହିର ଲୋକଙ୍କ ଘର,ଦ୍ବାର,ଗୋରୁ,ଗାଇ,ଚାଷ ନାହିଁ ନ ଥିବା କ୍ଷତି ହୋଇଥିଲା ।ପ୍ରଵଳ ଜନ ଅସନ୍ତୋଷ ଓ ରାସ୍ତାରୋକ ଯୋଗୁଁ ପ୍ରଶାସନ ସେଠାରେ ପହଞ୍ଚି ପୋଲିଥିନ ,ରନ୍ଧା ଖାଦ୍ୟ କିଛି ଲୋକଙ୍କୁ ଆଂଶିକ ଅର୍ଥ ରାଶି ଅନୁକମ୍ପା ମୂଳକ ବହୁ କିଛି ପ୍ରତିଶ୍ରୁତି ଦେଇଥିଲେ । ଝାଡ଼ଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ମଧ୍ୟ ପହଞ୍ଚି ଟାଟା କମ୍ପାନୀ  ତରଫରୁ ଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତଦସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ମନ୍ତ୍ରୀ ଇଂ  ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ସ୍ଥାନୀୟ ସାରସକଣା ବିଧାୟକ ଭାଦଵ  ହାଁସଦା , ରାଇରଙ୍ଗପୁର  ବିଧାୟକ ନବ ଚରଣ ମାଝୀ ପ୍ରମୁଖ ପହଞ୍ଚି କିଛି କିଛି ପଦକ୍ଷେପ ନେବେ ବୋଲି କହିଥିଲେ । ଇତିମଧ୍ୟରେ ୨୫ ଦିନ ବିତିଗଲାଣି କିନ୍ତୁ କିଛି ପ୍ରତିଶ୍ରୁତି ପୂରଣ ହୋଇ ପାରିଲା ନାହିଁ ।ବିଶୋଇ ଅଂଚଳ ପଞ୍ଚମ ସିଡ୍ଯୁଲ ଅଂଚଳ । ସରକାରଙ୍କ ଵିଳମ୍ଵତା ନେଇ ପାରମ୍ପାରିକ ବିଶୋଇ ବ୍ଳକର ମୁଷାମାରୀଠାରେ ଗାଁ  ମୁଖିଆ ଗ୍ରାମସଭା  ଆନୁକୁଲ୍ୟରେ ସମ୍ବିଧାନର ୫ ମ ସିଡ୍ଯୁଲ ଏରିଆ ( ଆର୍ଟିକଲ ୨୪୪/୦୧) ଏବଂ  ସାନ୍ତାଳୀ ପରଗାନ  ଟେଣ୍ଡେନ୍ସି ଆକ୍ଟ ୧୯୪୯) ଅନୁସାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ମାଝୀ ବାବାଙ୍କ  ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ, କ୍ଷୟକ୍ଷତି ଗଣନା କରି ପୁନର୍ଥାନ  କ୍ଷତିପୂରଣ ସୁଚିବଦ୍ଧ କରାଯାଇଥିଲା ।ବୈଠକରେ ଲୋକେ କହିଥିଲେ କିଛି ଲୋକ ସରକାରୀ ଅନୁକମ୍ପା ରାଶିରୁ ବଞ୍ଚିତ ହୋଇଛନ୍ତି । ଲୋକଙ୍କ ପାଖରେ ଖାଦ୍ୟ ମହଜୁଦ ନାହିଁ । ତେଣୁ ତାଙ୍କୁ ଖାଦ୍ୟ ,ଗୃହ ଯୁଦ୍ଧକାଳୀନ ଦିଆଯାଉ । ଆଗକୁ କାଳ ବୈଶାଖୀ ,ଵର୍ଷା,କୁଆପଥର ମାଡ, ବିଜୁଳି ,ଘଡଘଡି ଅଛି ।ପୋଲିଥିନ ତଳେ କେତେଦିନ ରହିବେ । ବର୍ଷା ,ଝଡ ଓ କୁଆ ପଥର ମାଡ଼ କ’ଣ  ପୋଲିଥିନ ସମ୍ଭାଳିବ  । ତେଣୁ ଲୋକଙ୍କ ସମସ୍ୟାକୁ ଦେଖି
ପାରମ୍ପରିକ ଗ୍ରାମସଭାରେ  ଅନୁସାରେ ପ୍ରଶାସନ ଆସନ୍ତା ଏପ୍ରିଲ ୨୦ ତାରିଖ ମଧ୍ୟରେ   ଦାବି ପୂରଣ ନ ହେଲେ ୫ ମ ସିଡ୍ଯୁଲ   ଆକ୍ଟ ନିୟମ ଅନୁସାରେ ଆନ୍ଦୋଳନକୁ ବାହାରିବେ  ଯାହପାଇଁ କିଛି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ‌ଏହାକୁ ନେଇ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣୀ ଅବସରରେ   ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମଙ୍କୁ ଲିଖିତ ଦାବି ପ୍ରଦାନ କରିଥିଲେ । ଚନ୍ଦ୍ରକାନ୍ତ ସୋରେନ,କାକରା ଚନ୍ଦ୍ର ଟୁଡୁ ସମେତ ବହୁ ଗ୍ରାମବାସୀମାନେ ଏଥିରେ ସାମିଲ ହୋଇଥିଲେ ।
Shrutilipi ad