ଟିକିରା ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟ ବାର୍ଷିକୋତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ନରାଜପୁର କ୍ଳଷ୍ଟର ଅନ୍ତର୍ଗତ ଟିକିରା ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଗରପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ପତି, ମୁଖ୍ୟ ବକ୍ତା ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ସରପଂଚ ବିନୋଦିନୀ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ରାଉତ,ଶିକ୍ଷକ ପ୍ରଣୟ ସିଂହ, ସିଆରସିସି ପ୍ରଦୀପ ପଲେଇ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ମିନତୀ ସାମଲ, ଶ୍ରୀରାମପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଜେନା ପ୍ରମୁଖ ଯୋଗଦେଇଥିଲେ ।

Photo2 For The News Of School

ଚାରିଗାଁ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟର ଶିକ୍ଷକ ପଂଚାନନ ପୃଷ୍ଟି ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅମରେନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ଗଦାଧର ଯେନା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀ ପାର୍ବତୀ ସେଠୀ, ରଶ୍ମିତା ରଣା, ରୁକସାନା ଖାତୁନ,ଭର୍ମିଳା ପାଣିଗ୍ରାହୀଙ୍କ ସମେତ ବିଦ୍ୟାଳୟ କମିଟି ସଭାପତି ଗଜେନ୍ଦ୍ର ମଲିକ, ସଭ୍ୟ ସୁକାନ୍ତ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଏହି ଅବସରରେ ନୂତନ କରି ନିର୍ମାଣ ହୋଇଥିବା ମୂଖ୍ୟ ଫାଟକକୁ ଅତିଥି ମାନେ ଉଦ୍‌ଘାଟନ କରିଥିଲେ ।

Shrutilipi ad