ମହାବିଷୁବ ସଂକ୍ରାନ୍ତି ଓ ନାମଯଜ୍ଞ ଅନୁଷ୍ଠିତ

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ସନ୍ନିକଟ ବର୍ତ୍ତନା ପଂଚାୟତ ମା’କନ୍ତିଆଶୁଣୀଙ୍କ ପୀଠରେ ୧୯ତମ ମହାବିଷୁବ ପଣା ସଂକ୍ରାନ୍ତି ଓ ନାମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ୍ୟ ପୁଷ୍କରିଣୀରୁ ୧୧ ଗୋଟି କଳସ ଘଟଉତ୍ତୋଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜକ ଅଶୋକ କୁମାର ପଣ୍ଡା ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଦେବେନ୍ଦ୍ର ପଣ୍ଡା, ମାଳତୀ ପଣ୍ଡା କର୍ତା କାର୍ଯ୍ୟ ତୁଲାଇଥିଲେ । ମା’ଙ୍କୁ ଦୀର୍ଘ ଶହେବର୍ଷ ହେବ ଛିନ୍ନ ମସ୍ତା ଭାବେ ପୂଜା କରାଯିବା ପରେ ଏବେ ସ୍ୱଶରୀରରେ ପୂଜା କରାଯାଉଛି । ପ୍ରଫୁଲ୍ଲ ପାଣିଙ୍କ ନେତୃତ୍ୱରେ ମା’ଙ୍କ ପୂଜାର୍ଚ୍ଚନା ସହ ଭଜନ ପରିବେଷଣ କରାଯାଇଥିଲା । ଏଥିରେ ଜଗନ୍ନାଥ ପଣ୍ଡା, ପ୍ରଫୁଲ୍ଲ ମିଶ୍ର, ରତ୍ନାକର ଓଝା, ବନମାଳି ଓଝା, ମୁଷି ଖୁଣ୍ଟିଆ, ଦେବେନ୍ଦ୍ର ପଣ୍ଡା, ଶୁଭାଶିଷ ପଣ୍ଡା, ମହେନ୍ଦ୍ର ଓଝା, ରବୀନ୍ଦ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଖଜିରା ଗ୍ରାମର ସଂକୀର୍ତ୍ତନ ଦଳ ସାମିଲ ଥିଲେ । ମା’ କନ୍ତିଆଶୁଣୀ ଦୀର୍ଘ ବର୍ଷ ଧରି ଗଛ ମୂଳରେ ପୂଜା ପାଉଥିବା ବେଳେ ୨୦୦୫ ମସିହାରେ ସ୍ୱର୍ଗତ ଦେବେନ୍ଦ୍ର ପଣ୍ଡାଙ୍କ ପରିବାର ଓ ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ନିର୍ମାଣ କରାଯାଇଥିଲା ।

Shrutilipi ad