ବାରିପଦା: ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣି ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ତରଫରୁ ଏକ ପଦଯାତ୍ରା ସହିତ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ସ୍ନାତକତ୍ତୋର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ, ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜାତୀୟ ସେବା ଯୋଜନାର କାର୍ଯକାରୀ ଅଧିକାରୀ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା, ଡକ୍ଟର ରଞ୍ଜନା ସିଂ, ମଦନ ମୋହନ ସାହୁ, ପୂର୍ବତନ କାର୍ଯକାରୀ ଅଧିକାରୀ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କ ସମେତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ଏମପିସି ମହାବିଦ୍ୟାଳୟ, ଏମସିଏଏମ ମହାବିଦ୍ୟାଳୟର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିବା ପରେ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଆୟୋଜନ କରି ସ୍ବେଚ୍ଛାସେବୀମାନଙ୍କୁ ସାମାଜିକ ସମତା, ମୂଲ୍ୟବୋଧ ଏବଂ ସମ୍ବିଧାନର ଆଦର୍ଶକୁ ପ୍ରଚାର ପ୍ରସାର କରିବା ସହିତ ଯୁବପିଢିଙ୍କ ମଧ୍ୟରେ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରେରଣ କରାଯାଇଥିଲା।

