ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର 

ରାଜ୍ୟ
ବାରିପଦା : କିଟ, ଭୁବନେଶ୍ୱର ଆନୁକୂଲ୍ୟରେ ବାରିପଦାର ଆରୟାନ ଇଣ୍ଟେର୍ନେଶନାଲ ସ୍ମାର୍ଟ ସ୍କୁଲ, ସେଣ୍ଟ ଜାବିୟାର ହାୟାର ସେକଣ୍ଡାରୀ ସ୍କୁଲ ଓ ସେଣ୍ଟ ଏନିସ କନଭେଣ୍ଟ ସ୍କୁଲରେ ଜାତୀୟ ଶିକ୍ଷାନୀତି ତଥା କ୍ୟାରିୟର କାଉନସିଲିଂ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ କିଟ କ୍ୟାରିୟାର ସ୍କୁଲର ପ୍ରଫେସର ଡଃ ସୁମନ ଭଟ୍ଟାଚାର୍ଯ୍ୟ କମ୍ପ୍ୟୁଟର ବିଜ୍ଞାନ ଏବଂ ଇଂଜିନିୟରିଙ୍ଗ, ଡଃ ପ୍ରିୟଦର୍ଶି ବିଶ୍ୱାଳ, ଡିନ, କିଟ କ୍ୟାରିୟର ସ୍କୁଲ, ଡଃ ପ୍ରଭାକର ଜେନା, ସହକାରୀ ଗଣିତ ପ୍ରଫେସର, ଡଃ ଉପାଲି ଅପରାଜିତା ଦାଶ, ସହକାରୀ ପ୍ରଫେସର ଇଲେକଟ୍ରନିକ୍ସ, ଏବଂ ଟେଲିକମ୍ୟୁନିକେସନ ପରିଚାଳନା କରିଥିଲେ I ପିଲାମାନେ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ନୂତନ ଶିକ୍ଷାନୀତିକୁ ସ୍ୱାଗତ କରିଥିଲେ I ତତସହିତ ଭବିଷ୍ୟତରେ କେଉଁ ମାର୍ଗରେ ଗଲେ ତାଙ୍କ ପାଇଁ ଠିକ ହେବ ସେ ବିଷୟରେ ଆଲୋଚନା କରିଥିଲେ I ମୂର୍ଚ୍ଛନା ଦାସ ପଟ୍ଟନାୟକ ଓ ରାଜୀବ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad