ହନୁମାନଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ନାରାୟଣପୁର ଛକରେ ହନୁମାନଙ୍କ ମନ୍ଦିରର ନୂତନ ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଥାନରେ ଦୀର୍ଘବର୍ଷ ଧରି ହନୁମାନଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବା ବେଳେ ଖରା,ଶୀତ ଓ ବର୍ଷାରୁ ପ୍ରତିମୂର୍ତ୍ତିକୁ ରକ୍ଷାକରିବା ପାଇଁ ନୂତନ ମନ୍ଦିର ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନିକଟସ୍ଥ ଥାନାପତି ଗ୍ରାମ୍ୟ ପୁଷ୍କରିଣୀରୁ ୧୦୮ ଗୋଟି କଳସ ଘଟଉତ୍ତୋଳନ କରାଯାଇ ବାଜା ବାଣ ରୋଷଣୀରେ ଗ୍ରାମବଜାର ପରିକ୍ରମା ପୂର୍ବକ ପୂଜା ମଣ୍ଡପକୁ ଅଣାଯାଇଥିଲା । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ପୂଜକ ଜଗନ୍ନାଥ ପଣ୍ଡା,ବଳରାମ ଦାଶ, ବିରଜାନନ୍ଦ ପଣ୍ଡା, ଲୋକନାଥ ପାଣିଗ୍ରାହୀ, ଗୋ ପୂଜା, ସୂର୍ଯ୍ୟପୂଜା, ହନୁମାନଚାଳିଶା, ଷୋଡଶଉପଚାର ପୂଜା, ମନ୍ଦିରପ୍ରତିଷ୍ଠା ପୂଜା, ଦେବଦେବୀ ପୂଜା, ଯଂଜ୍ଞ ସମେତ ସମସ୍ତ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାସ୍କର ଚନ୍ଦ୍ର ସାହୁ, ବିଷ୍ଣୁପ୍ରିୟ ସାହୁ କାର୍ଯ୍ୟ ତୁଲାଇଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଗଣିଜାଙ୍ଗ ଓ ରାମକୃଷ୍ଣପୁର ପଂଚାୟତର ହଜାର ହଜାର ଭକ୍ତ ଉପସ୍ଥିତ ରହି ଯଂଜ୍ଞକୁଣ୍ଡରେ ମାନସିକ ନଡ଼ିଆ ପକାଇବା ସହିତ ପ୍ରଭୁକୃପା ଲାଭ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ନିରଂଜନ ରଣା, ସନ୍ତୋଷ ରଣା, ବିଶ୍ୱନାଥ ପାଣିଗ୍ରାହୀ, ବିଦ୍ୟାଧର ସାହୁ, ସଦାଶିବ ସାହୁ, ଭରତ ଚନ୍ଦ୍ର ବାହାଲିଆ, ରମେଶ ସାହୁ, ସଞ୍ଜୟ ସାହୁ, ବସୁଦେବ ସାହୁ, ମଧୁସୂଦନ ପାଣିଗ୍ରାହୀ, ନିରାକାର ସାହୁ, କମଳାକାନ୍ତ ସାହୁ ସମେତ ନାରାୟଣପୁର ଗ୍ରାମବାସୀ ସହଯୋଗ କରିଥିଲେ ।

Shrutilipi ad