ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଦିନିକିଆ ମୟୁରଭଞ୍ଜ ଗସ୍ତ

ରାଜ୍ୟ
  • ବାରିପଦା ଠାରେ ସମୀକ୍ଷା ବୈଠକ। ସରକାରୀ ଜମି ଜବରଦଖଲ ଉଛେଦ ଉପରେ ଗୁରୁତ୍ୱାରୋପ

ବାରିପଦା: ଆଜି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀକକ୍ଷଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡିଶା ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ମାନ୍ୟବର ବିଧାୟକ ଓ ବିଧାୟିକାଙ୍କ ମଧ୍ୟରେ ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ବିଧାୟିକା ବାଙ୍ଗରିପୋଷୀ ସୁଶ୍ରୀ ସଞ୍ଜଳୀ ମୁର୍ମୁ ପ୍ରମୁଖଙ୍କ ସମେତ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ।

ସମୀକ୍ଷା ଅବସରରେ ମାନ୍ୟବର ରାଜସ୍ଵ ମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରାଜସ୍ୱ ଜମି ଅଧିଗ୍ରହଣ, ସରକାରୀ ଜମି ଜବରଦଖଲ ଉଛେଦ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ । ବିଶେଷ କରି ଜିଲ୍ଲାରେ ଚାଲି ଥିବା ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଉପୁଜୁଥିବା ସମସ୍ୟା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକାରୀ ହେବା ସମ୍ପର୍କରେ ସେ ଆଲୋଚନା କରିଥିଲେ। ତହସିଲ ଅଫିସରୁ ଯେପରି କୌଣସି ହିତାଧିକାରୀ ସହାୟତା ବିନା ନ ଫେରେ, ସେ ବାବଦରେ ଯତ୍ନବାନ ହେବାକୁ ସେ ସମସ୍ତ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ।
ଆଗାମୀ ଦିନରେ ରାଜସ୍ୱ ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କ କାର୍ଯ୍ୟକୁ ସରଳୀକରଣ କରାଯିବା ପାଇଁ ଲାପଟପ ଯୋଗାଇ ଦେବାକୁ ବ୍ୟବସ୍ଥା ହେଉଛି ବୋଲି ପ୍ରକଶ କରିଥିଲେ ଏବଂ ତହସିଲ କାର୍ଯ୍ୟାଳୟ ରେ ଜମିଜମା ସମ୍ପର୍କିତ କାର୍ଯ୍ୟ ପାଇଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସଫ୍ଟୱାରକୁ ଅପଡେଟ କରିବା ପାଇଁ କାଯ୍ୟ ଚାଲିଛି। ସେହିଭଳି ଜାତି ପ୍ରମାଣ ପତ୍ର ପ୍ରଦାନ ନେଇ ଉପୁଜୁ ଥିବା ବିଭିନ୍ନ ଅସୁବିଧା ଗୁଡିକ ବିଷୟରେ ଆଲୋଚନା କରି ମନ୍ତ୍ରୀ ଅସାଧୁ ଭାବେ ଆଦିବାସୀ ଜମି ହଡପ କରୁଥିବା ଲୋକଙ୍କ ପ୍ରତି ସରକାର କଡା ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି। ବସୁନ୍ଧରା ଯୋଜନାରେ ଯେଉଁ ମାନେ ଜମି ପାଇଁ ଯୋଗ୍ୟ ସେମାନଙ୍କୁ ଯଥା ଶୀଘ୍ର ଜମି ଦେବା, ଜିଲ୍ଲାରେ ତହସିଲ କାର୍ଯ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ଓ ବିପର୍ଯ୍ୟୟ ପରିଚାଳନାର ଭିତ୍ତିଭୂମି ବିକାଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନର ପ୍ରସ୍ତୁତିକୁ ସମୀକ୍ଷା କରିବା ସହିତ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଜମିଜମା ସଂକ୍ରାନ୍ତୀୟ କିଛି ପୁରାତନ ନିୟମନୀତି ଯାହାକି ଅନୁପାଳନ ସମୟରେ ସମସ୍ୟା ସୃଷ୍ଟି କରୁଛି ସେସବୁକୁ ସଂଶୋଧନ କରି ସମୟଉପଯୋଗୀ କରିବା ପାଇଁ ସରକାରଙ୍କ ତରଫରୁ ପ୍ରୟାସ ଚାଲିଛି।

ଏତଦ ବ୍ୟତୀତ ମୟୁରଭଞ୍ଜ ଜିଲ୍ଲlରେ ସମୁଦାୟ କେତେ ଜମି ଅଛି, କିସମ ଅନୁଯାଇ କେତେ କେତେ ଅଛି, ଜମି ନଥିବା କେତେ ଲୋକ ଅଛନ୍ତି, ଆବଶ୍ୟକତା ଠାରୁ ଅଧିକ ଜମି କେତେ ଲୋକଙ୍କ ପାଖରେ ଅଛି ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଅଧାରରେ ଏକ ସମ୍ପୂର୍ଣ୍ଣ ଡାଟା ବେସ ମିଶନ ମୋଡ଼ରେ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

ସର୍ବପରି ଆଗାମୀ ଦିନରେ ମୟୁରଭଞ୍ଜ ଜିଲ୍ଲାକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ନେଇ ସମସ୍ତ ଅଧିକାରୀ ମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେବା ସହ ଏହି ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତ ଜନିତ ଯେମିତି କୌଣସି ଲୋକର ମୃତ୍ୟୁ ନହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେଇ ଯାହା ଯାହା ସତର୍କତା ମୂଳକ ପଦକ୍ଷେପ ରହିଛି ତାହାର ସମ୍ପୂର୍ଣ୍ଣ ଅନୁପାଳନ ପାଇଁ ନିର୍ଦେଶ ଦେଇଥିଲେ।

ଆଜିର ଅନୁଷ୍ଠିତ ବୈଠକ ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକଙ୍କ ସମେତ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବିଭିନ୍ନ ବିଭାଗର ଜିଲ୍ଲାସ୍ତର ଅଧିକାରୀ, ଲାଇନ ବିଭାଗର ଅଧିକାରୀ,ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡିଏସଆର ଓ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିଲେ.।

Shrutilipi ad