ଓ୍ବକ୍‌ଫ ବିଲ୍‌କୁ ନେଇ ଜେଡିୟୁରେ ଫାଟ: ଇସ୍ତଫା ଦେଲେଣି ୫ ନେତା

ରାଜ୍ୟ

ନୂଆଦିଲ୍ଲୀ,୫।୪:ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର, ତାବ୍‌ରେଜ ସିଦ୍ଦିକି ଆଲିଗ୍‌, ମହମ୍ମଦ ଶାହନଓ୍ବାଜ ମଲିକ, ମହମ୍ମଦ କାସିମ ଅନ୍‌ସାରୀ ଏବଂ ନଦିମ୍‌ ଅଖତର।

ଶାହନଓ୍ବାଜ ଏବଂ ଅନ୍‌ସାରୀ ଗୁରୁବାର ଇସ୍ତଫା ଦେଇଥିବାବେଳେ ନଦିମ୍‌, ରାଜୁ ଏବଂ ତାବ୍‌ରେଜ ଶୁକ୍ରବାର ଦଳ ଛାଡ଼ିଛନ୍ତି। ମୁସଲମାନମାନେ ବିରୋଧ କରୁଥିବା ବିଲ୍‌ ସପକ୍ଷରେ ଜେଡିୟୁ ଭୋଟ ଦେବା ଗଭୀର ଆଘାତ ଦେଇଛି ବୋଲି ରାଜୁ ନାୟାର ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଜେଡିୟୁ ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପଦ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Shrutilipi ad