- ଉପଜିଲ୍ଲାପାଳଙ୍କ ଲିକ୍ଷିତ ପ୍ରତିଶୃତି ପରେ ଆମରଣ ଅନସନରୁ ଓହରିଲେ ଭକ୍ତାମାନେ
ବାରିପଦା – ରାଜତନ୍ତ୍ର ଅମଳ ରୁ ମୟୂରଭଞ୍ଜ ରେ ପ୍ରତି ବର୍ଷ ଚୈତ ମାସ ରେ ଅନୁଷ୍ଠିତ ହେଉ ଥିବା ପବିତ୍ର ଉଡା ପର୍ବ ମହାବିଷୁବ ତଥା ପଣା ସଙ୍କରାନ୍ତି ର ୮ ଦିନ ପୂର୍ବରୁ ଭକ୍ତା ମାନଙ୍କ ଦ୍ଵାରା ପରିଚାଳିତ ହୋଇ ସଙ୍କରାନ୍ତି ଦିନ ସମାପନ ହୋଇ ଥାଏ l ମାତ୍ର ଚଳିତ ବର୍ଷ ଭକ୍ତା ମାନେ ତାଙ୍କର ମୌଳିକ ସମସ୍ୟା ବାବଦ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଆମରଣ ଅନଶନ ରେ ବସି ଥିଲେ, ଯାହାକି ଜିଲ୍ଲା ପାଇଁ ଓ ଜିଲ୍ଲା ବାସୀ ଙ୍କ ପାଇଁ ଏକ ସ୍ପର୍ଶ କାତର ବିଷୟ ହୋଇ ଥିବାରୁ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ତତ୍ କ୍ଷଣତ ମୟୂରଭଞ୍ଜ ଜିଲ୍ଲା ର ଏକ ମାତ୍ର ଅଗ୍ରଣୀ ତଥା ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ଭକ୍ତା ମାନଙ୍କ ସମସ୍ୟା ସମ୍ବନ୍ଧ ରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ ହୋଇ ତାଙ୍କର ଧାରଣା କୁ ସମର୍ଥନ ଜଣାଇ ଥିଲା l ଯାହା ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଭକ୍ତା ମାନଙ୍କ ୫ ଦଫା ମଧ୍ୟ ରୁ ୩ ଟି ଦାବି ପୂରଣ କରିବା ସହ ଆଉ ୨ ଟି ଦାବି ପୂରଣ ବାବଦ ରେ ଖୁବ୍ ଶୀଘ୍ର ଲିଖିତ ପ୍ରତିଶ୍ରୁତି ଦେବା ସହ ଅନଶନ କାରି ମାନଙ୍କୁ ଧାରଣା ସ୍ଥଳ ରୁ ଉପ ଜିଲ୍ଲାପାଳ,ଦେବୋତ୍ତର ବିଭାଗ ଅଧିକାରୀ ଉଠାଇ ଥିଲେ lଆଜି ର ଏହି କାର୍ଯକ୍ରମ ରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ଆବାହକ ରାକେଶ ବେହେରା, ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ଯୁବ ସହର ସଭାପତି ସଞ୍ଜୟ ମାହାର୍ଣା, ଯୁବ ସାଧାରଣ ସମ୍ପାଦକ ସୁନୀଲ ମହାପାତ୍ର, ଜିଲ୍ଲା ସମ୍ପାଦକ ଗୌରାଙ୍ଗ ଘଡେ଼ଇ, ମନୋରଞ୍ଜନ ସାହୁ,ସୋସିଆଲ ମିଡ଼ିଆ ସଂଯୋଜକ ମୁକ୍ତିଦତ୍ତ ପରିଡ଼ା, ଯୁବ ସମ୍ପାଦକ ସତ୍ୟ ରଞ୍ଜନ ପୃଷ୍ଟି,ବଡ଼ସାହି ବ୍ଲକ ସଭାପତି ରାକେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

