ଓଡ଼ିଆ ରେ ନାମ ଫଳକ ଅଭିଯାନ ସମ୍ପର୍କିତ ସଚେତନତା ପଦଯାତ୍ରା

ରାଜ୍ୟ

ବାରିପଦା : ସରକାରଙ୍କ ନିର୍ଦେଶ ଅନୁସାରେ ଏପ୍ରିଲ ୧ତାରିଖ ରୁ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୪ତାରିଖ ଓଡ଼ିଆରେ ନାମ ଫଳକ ଅଭିଯାନ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଆନୁକୂଲ୍ୟରେ ଓଡ଼ିଆରେ ନାମ ଫଳକ ଅଭିଯାନ ସମ୍ପର୍କିତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ପଦ ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ପ୍ରତ୍ୟେକ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସେମାନଙ୍କ ଦୋକାନ ଓ ପ୍ରତିଷ୍ଠାନ ର ନାମ ଫଳକ ଗୁଡିକ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ଲେଖିବା ପାଇଁ ବାର୍ତ୍ତା ପ୍ରଚାର କରିବା ସହିତ ଏହାର ଉଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆର୍ଥିକ ଜୋରିମାନା ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ। ଉକ୍ତ ପଦଯାତ୍ରା ରେ ବିଭିନ୍ନ ଶିକ୍ଷନୁଷ୍ଠାନର ଛାତ୍ରଛାତ୍ରୀ, ଏନ ଏସ ଏସ ସ୍ବେଛାସେବୀ ସାମିଲ ହୋଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ଗାଇପାଇ, ଜିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାଏକ,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଚନ୍ଦନ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର ଡିପିସି ଶ୍ରୀ ପ୍ରଦ୍ୟୁମ୍ନ କୁମାର ଘୋଷ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Shrutilipi ad