ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୱାଇ-ଫାଇ ସେବା ଲୋକାର୍ପିତ

ରାଜ୍ୟ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୫୦୦ଏମ୍‌.ବି.ପି.ଏସ୍ . କ୍ଷମତା ବିଶିଷ୍ଟ ୱାଇ-ଫାଇ ସେବା ଲୋକାର୍ପିତ ହୋଇଯାଇଛି । ବି.ଏସ୍‌.ଏନ୍‌.ଏଲ୍‌ ଦ୍ୱାରା ଏହି ଉପଲବ୍‌ଧ ଏହି ସେବାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁମିତା ସିଂ ଓ ବି.ଏସ୍‌.ଏନ୍‌.ଏଲ୍‌ ବାରିପଦାର ଡି .ଜି. ଏମ୍ ଶ୍ରୀ ମନୋରଞ୍ଜନ ସିଂ ଉପସ୍ଥିତ ଥିଲେ । ଏହି ୱାଇ-ଫାଇ ସେବା ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷା ସୌଧ, କାର୍ଯ୍ୟାଳୟ ଓ ଛାତ୍ରଛାତ୍ରୀ ନିବାସର ବ୍ୟବହାରକାରୀଗଣ ଅହୋରାତ୍ର ଇଣ୍ଟରନେଟ ସେବା ପାଇପାରିବେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ, ଜାତୀୟ ଶିକ୍ଷା ନୀତି ସଂଯୋଜକ ପ୍ରଫେସର ବିଶ୍ୱଜିତ ରଥ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟ ୱାଇ ଫାଇ ଓ ଇଣ୍ଟରନେଟ ସଂଯୋଜକ ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Shrutilipi ad