ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ବିଡ଼ିଓଙ୍କୁ ଦାବିପତ୍ର 

ରାଜ୍ୟ
ବାରିପଦା: ମିଶନ ଶକ୍ତି ଅଧୀନ ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ସଂଘର ପୁନର୍ଗଠନ ପ୍ରକ୍ରିୟା ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିବା, ସମୟସୀମାକୁ ୩ ବର୍ଷ ବୃଦ୍ଧି ଦାବି କରିବା ନେଇ ଓଡ଼ିଶା ଜୀବିକା ମିଶନ ଆସି ସଂଘ ମୟୂରଭଞ୍ଜର କର୍ମକର୍ତ୍ତା  ଓ ସଦସ୍ଯାଵୃନ୍ଦ  ଶ୍ରୀମତୀ ଲୀଳାବତୀ ମହାନ୍ତଙ୍କ  ନେତୃତ୍ୱରେ  ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରୀୟଦର୍ଶନୀ ପଣ୍ଡାଙ୍କୁ   ତାଙ୍କ  କାର୍ଯ୍ୟାଳୟରେ ସାକ୍ଷାତ କରି ବୁଧବାର ଦିନ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ସ୍ଵୟଂ ସହାୟକ ଗୋଷ୍ଠୀ,ସିଏଇଏଫ,ଜିପିଏଲଏଫ,ବିଏଲଏଫ, ଏବଂ ଵିଏଲଏଫର ପୁନର୍ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।ଏ  ନେଇ ମିଶନ ଶକ୍ତି ବିଭାଗୀୟ ସଚିବ ସାଳିନୀ ପଣ୍ଡିତ ଗତ ୨୭ ତାରିଖରେ ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛନ୍ତି । ଏପ୍ରିଲ ମାସରୁ  ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରାଯାଇ  ୪ ମାସ ମଧ୍ୟରେ  ଶେଷ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଅଛି । ତେଣୁ ନିର୍ଦେଶନାମାର ପ୍ରକ୍ରୀୟାକୁ ୩ ଵର୍ଷ ଯାଏଁ ବୃଦ୍ଧି କରିବାକୁ ଇସି ମାନେ ଦାବି କରିଛନ୍ତି ।ଇସି ସଦସ୍ଯାମାନେ ଯୋଜନାରେ ନୂତନ ସ୍କୁଟି କିଣି ବର୍ତ୍ତମାନ ଋଣଗ୍ରସ୍ତ ହୋଇ ଚାପରେ ଅଛନ୍ତି । ତେଣୁ ସ୍କୁଟି ଋଣ ସୁଝିବା ପର୍ଯ୍ୟନ୍ତ ପୁରୁଣା ଇସିକୁ କାଏମ ରଖାଯାଉ ଏବଂ ଋଣକୁ ସଂପୁର୍ଣରୁପେ ଛାଡ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି ।
Shrutilipi ad