ଆନ୍ତର୍ଜାତିୟ ଟ୍ରାନ୍ସଜେନ୍ଡର ଦୃଶ୍ୟମାନତା ଦିବସ ପାଳିତ

ରାଜ୍ୟ

ବାରିପଦା: ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ , ମୟୂରଭଞ୍ଜ ତରଫରୁ ଆନ୍ତର୍ଜାତିକ ଟ୍ରାନ୍ସଜେନ୍ଡର ଦୃଶ୍ୟ ମାନତା ଦିବସ ସ୍ଥାନୀୟ ରୋଟାରୀ କ୍ଲବ ସୋଭାଗୃହରେ ପାଳିତ ହୋଇଅଛି । ଏହି ପରିପ୍ରେକ୍ଷିରେ ସକାଳ ୮ ଘଟିକା ସମୟରେ ଛଉ ପଡିଆ ଠାରେ କିନ୍ନର ମାନଙ୍କର ଏକ କ୍ରିଡା ପ୍ରତିଯୋଗିତା ଆୟୋଜିତ ହୋଇଅଛି । ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଦୌଡ, ମିଉଜିକ ଚେୟାର, ଆଲି-ଚାମୋଚ, ଇତ୍ୟାଦି ଖେଳମାନ ଅନୁଷ୍ଠିତ ହୋଇଥିଲା ।ଏହି ଖେଳଗୁଡିକ ରୋଜ ସ୍ପେଶାଲ ସ୍କୁଲର ପ୍ରଧାନ ଶିକ୍ଷକ ସପନ କୁମାର ମହାନ୍ତି, ଦୃଷ୍ଟି ବାଧିତ ଓ ମୂକବଧିର ସ୍ପେଶାଲ ସ୍କୁଲର କ୍ରିଡା ଶିକ୍ଷକ ବିଜୟ କୁମାର ସାହୁ ଓ ପ୍ରୋମଦ କୁମାର ମହାନ୍ତ ପରିଚାଳନା କରିଥିଲେ।

ଏହି ସମାରହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ବିଜୟ କୁମାର ଦାସ , ମୟୁରଭଞ୍ଜ କିନ୍ନର ସଂଘର ସଭାପତି ମିସ ମନୀଷା , ସମ୍ପାଦକ ମିସ ମୟୂରୀ ,ସଦସ୍ୟା ମିସ ମାୟା , ସମାଜସେବୀ ତଥା ଦିଗଦର୍ଶକ ଶ୍ରୀମତୀ ହେମଲତା ମାଡାମ ଉପସ୍ଥିତ ଥିଲେ ଜ୍ଝ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଦିବସର ତାତ୍ପର‌୍ୟ୍ୟ ଉପରେ ଆଲୋକପାତ କରିବା ସହିତ କିନ୍ନର ସମାଜର ସମ୍ମାନ ସ୍ୱୀକୃତି, ଉନ୍ନତି ତଥା ସମାନତା ପ୍ରଦାନ କରିବା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ ବୋଲି କହିଥିଲେ ଜ୍ଝ କିନ୍ନର ମହାସଂଘର ସଭାପତି ଓ ସମ୍ପାଦକ ସେମାନଙ୍କ ପାଇଁ ଥିବା ଯୋଜନାଗୁଡିକ କିପରି ଲାଭାର୍ଥୀ ହୋଇପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ଜ଼ିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲେ ଜ୍ଝ ଏହି ଆୟୋଜନ ସମାରହରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ ସୋରେନ ସୂଚାରୁରୂପେ ପରିଚାଳନା କରିବା ସହିତ କିନ୍ନରମାନଙ୍କ ପରିଚୟ , ପୁନଃ-ଉତଥାନ ଓ ଜ଼ୀବନଜ଼ିବିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଜ୍ଝପରିଶେଷରେ ସାଂକୃତିକ କାର‌୍ୟକ୍ରମ ଆୟୋଜିତ ହୋଇ କୃତୀ କିନ୍ନରମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଜ୍ଝ

Shrutilipi ad