ଆଗରପଡ଼ାରେ ଇଦ୍‌ ପାଳିତ

ରାଜ୍ୟ

ଆଗରପଡ଼ା :ମୁସଲିମ୍ ସଂପ୍ରଦାୟର ମହାନ ପର୍ବ ଇଦ୍ ଆଗରପଡ଼ା ଠାରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଥିବା ଇଦଗା ଓ ମସଜିଦକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ମାସେ କାଳ ରୋଜା ପାଳନ ପରେ ସମୂହ ନମାଜ ପାଠ କରିଥିଲେ । ନୂଆବସ୍ତ୍ର ପରିଧାନ ପୂର୍ବକ ମିଷ୍ଟାନ୍ନ ବଣ୍ଟନ କରି ଅନ୍ୟମାନଙ୍କୁ ଇଦ୍ ମୁବାରକ ଜଣାଇଥିଲେ । ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ଯୁବନେତା ସତ୍ୟ ସାଧନ ବେଜ,ସରପଂଚ ପ୍ରକାଶ ବିଶ୍ୱାଳ,ବିଜେପି ଡ. ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ ସ୍ଥାନୀୟ ପୁରୁଷଣ୍ଢ, ଚାରିଘରିଆ, ଘଣ୍ଟଗଡ଼ିଆ ଆଦି ସ୍ଥାନକୁ ଯାଇ ମୁସଲିମ ଭାଇଙ୍କୁ ଇଦ ମୁବାରକ ଜଣାଇଥିଲେ ।

Shrutilipi ad