ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବିନାୟକପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିନାୟକପୁର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଏଜୁକେଟର ମଧୁସ୍ମିତା ତ୍ରିପାଠୀ , ମୁଖ୍ୟବକ୍ତା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ , ସମ୍ମାନିତ ଅତିଥି ଶିଳ୍ପୀ ଗଣେଶ ପ୍ରସାଦ ଦାଶ,ପରିଚାଳନା କମିଟି ସଭାନେତ୍ରୀ ପୂର୍ଣ୍ଣିମା ଦାସ , ଅଙ୍ଗନୱାଡି କର୍ମୀ ପ୍ରଭାତୀ ମୁଦୁଲି, ୱାର୍ଡ ସଭ୍ୟା ନମିତା ଦାସ, ଶରତ ଚନ୍ଦ୍ର ଦାସ,ତାରିଣୀ ପ୍ରସାଦ ଦାସ, ବିଜୟ କୁମାର ଦାସ, କନକ ଲତା ଦାସ, ରୀନାରାଣୀ ଦାସ, ଲଷ୍ମୀପ୍ରିୟା ସେଠୀ, ଅହଲ୍ୟା ଦାସ ପ୍ରମୁଖ ଅତିଥି ଯୋଗ ଦେଇ ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ ବିଦ୍ୟାଳୟଶିକ୍ଷକ ଟୁଟୁ କୁମାର ପାଳ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ ଉତ୍ତିନ୍ନ ୩୦ରୁ ଉର୍ଦ୍ଧ ଛାତ୍ର ଓ ଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ଅତିଥି । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନାକମିଟି ସଦସ୍ୟ/ସଦସ୍ୟା ଅଭିଭାବକ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

