ପାନପଦୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଜ୍ୟ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନ ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ପାନପଦୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ସଂଯୋଜକ ହରେକୃଷ୍ଣ ଆପଟ,ମୁଖ୍ୟବକ୍ତା ଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର ,ସମ୍ମାନିତ ଅତିଥିଭାବେ ସିଆରସିସି ଉତମ କୁମାର ଦାସ,ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ରାଉତ,ସୁଧିର କୁମାର ବାରିକ, ସୁକାନ୍ତ ବେହେରା,କମିଟିର ସଭାପତି ହରିହର ଶଙ୍ଖୁଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ଶିକ୍ଷା ଗ୍ରହଣ କରି ଭଲ ମଣିଷ ହୋଇ ଏକ ସୁସ୍ଥ ଓ ସଭ୍ୟ ସମାଜ ଗଠନ ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମରା ସେଠୀ ବାର୍ଷିକ ବିବରଣୀପାଠ,ଶିକ୍ଷୟିତ୍ରୀ ଇନ୍ଦୁମତି ବେହେରା ଅତିଥିପରିଚୟ ଓ ଶିକ୍ଷକ ତରଣୀ ସେନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଲେଖ ଚନ୍ଦ୍ର ପରିଡ଼ା ,ଶିକ୍ଷୟିତ୍ରୀ କୈଶଲ୍ୟା ସେଠୀ,ପ୍ରୀୟନାଥବାରିକ,ନୃସିଂହ ଜେନା,ଶେଷଦେବ ସାହୁ,ମାର୍କଣ୍ଡ ବାରିକ,ଶୁଭ୍ରଜିତ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Shrutilipi ad