କାଳବୈଶାଖୀରେ କ୍ଷତିଗ୍ରସ୍ତଙ୍କୁ ସଠିକ କ୍ଷତିପୂରଣ ଦିଅ: ସିପିଆଇ

ରାଜ୍ୟ

ବାରିପଦା: ଗତ ୨୦ ତାରିଖ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଜିଲ୍ଲାର ବାଙ୍ଗିରିପୋଷି, ବିଷୋୟୀ,ସାରସକଣା,କୁଳିଅଣା ବ୍ଲକ୍ ର ଅଧିକାଂଶ ଅଂଚଳରେ ଓଜନିଆ କୁଆପଥର ବର୍ଷା ହୋଇଛି। ଯାହାଫଳରେ ଛାତ ଘର ବ୍ୟତୀତ ଅନ୍ୟ ସବୁ ଘର ନଷ୍ଟ ହୋଇଛି। ଚାଷୀର ଚାଷ ଉଜୁଡି ଯାଇଛି। ମଣିଷ ସମେତ ଗୃହ ପାଳିତ ପଶୁ ଖୋଲା ଆକାଶ ତଳେ ରହୁଛନ୍ତି। ସ୍ଥାନୀୟ ପ୍ରଶାସନର ଅବହେଳା ଲୋକଙ୍କୁ ରାଜରାସ୍ତାକୁ ଟାଣିଛି। ଖୟଖତିର ସଠିକ ଆକଳନ କରାଯାଇ କ୍ଷତିପୂରଣ ଦେବା, ନଷ୍ଟ ହୋଇଥିବା ଘର ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା,ଲୋକେ ସମ୍ପୁର୍ଣ୍ଣ ଆର୍ଥିକ ସ୍ଥିତିକୁ ଆସିବା ପର୍ଯ୍ୟନ୍ତ ସରକାରୀ ଶିବିରରେ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରଖିବା ସହିତ ସେମାନଙ୍କ ପିଲାମାନଙ୍କୁ ନିୟମିତ ବିଦ୍ୟାଳୟକୁ ଯିବାର ଯତ୍ନ ନେବାରେ ଅବହେଳା ନ କରିବା ପାଇଁଁ ମିଳିତ ଭାବେ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର,ସହ ସମ୍ପାଦକ ସାଥୀ ତ୍ରିନାଥ ପାତ୍ର, ହୃଷିକେଶ ସାହୁ, ବାଙ୍ଗିରିପୋଷି ଜୋନ୍ ସମ୍ପାଦକ ସାଥୀ ରଥ ସିଂ,ଶୁକୁରା ସିଂ,ସାରସକଣା ଜୋନ୍ ସମ୍ପାଦକ ବଳରାମ ମୁର୍ମୁ, ପରମେଶ୍ବର ମହାନ୍ତ, ପ୍ରତାପ ନାଏକ, ବଳରାମ ମହାନ୍ତ, ସାରଥୀ ନାଏକ, ଚିତ୍ର ମଣି ସିଂ ପ୍ରମୁଖ ପ୍ରେସ୍ ବିବୃତି ଜରିଆରେ ଦାବୀ ଜଣାଇଛନ୍ତି l

Shrutilipi ad