ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରାଜ୍ୟ
ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବିଦ୍ୟାଳୟର ୧ମ ରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀ ଓ ନିକଟସ୍ଥ ବନମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ୬ଜଣ ଛାତ୍ରଛାତ୍ରୀ ପାଣ୍ଡେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଓ କମଳା ନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬ ଜଣ ଜଣ ଛାତ୍ରୀଙ୍କୁ ନେଇ ଖେଳକୁଦ ସହ ଚିତ୍ରାଙ୍କନ, ଅଙ୍କ କଷା, ବକ୍ତୃତା, ପ୍ରବନ୍ଧ, କୁଇଜ ଓ ପୋଷ୍ଟର ପ୍ରସ୍ତୁତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I  ଏହି ପ୍ରତିଯୋଗୀତାରେ ମୋଟ ୪୮ ଜଣ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା I ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ସମ୍ମାନିତ ଅତିଥି ଭାବେ ସି ଆର ସି ସି ଧନଞ୍ଜୟ ସାହୁ ରାଜକିଶୋର ସେଠୀ, ନୁଆସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଦେ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ବିଦ୍ୟାଳୟର କ୍ରୀଡା ଶିକ୍ଷକ ତଥା ଅଲିମ୍ପିକ ପ୍ରତିନିଧି ଅଭିଷେକ ବେହେରା ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଏହି କାର୍ଯ୍ୟକ୍ରମ ଉତ୍କର୍ଷଟା, ସମ୍ମାନ ଓ ବନ୍ଧୁତ୍ୱକୁ ଗୁରୁତ୍ୱ ଦେବା ପ୍ରତିଯୋଗିତା ମନଭାବ ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ I ପ୍ରକାଶ ଥାଉକି ସର୍ବପ୍ରଥମେ ବିଦ୍ୟାଳୟରେ ୧୬ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା I ପ୍ରଥମେ ଏହି ଛାତ୍ରଛାତ୍ରୀ ମାନଙ୍କୁ ଅଲିମ୍ପିକ ମୂଲ୍ୟବୋଧ ଉପରେ ପ୍ରଶିକ୍ଷଣ ଦିଆଯିବା ପରେ ସେମାନେ ପରବର୍ତ୍ତୀ ସମୟରେ ଅନ୍ୟ ମାନଙ୍କୁ ମଧ୍ୟ ପ୍ରଶିକ୍ଷିତ କରିବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି I ଅନ୍ୟତମ ପ୍ରତିନିଧି ସୁମିତ୍ରା ରାଉତ, ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I
Shrutilipi ad