- ନାମ ବଦଳାଇ ପ୍ରଚାର ପ୍ରସାରରେ ବହୁ ଅର୍ଥ ବ୍ୟୟ କରୁଛନ୍ତି ସରକାର:ବିଧାୟକ
ଆଗରପଡ଼ା :ବନ୍ତ ହାଟପଡ଼ିଆ ଠାରେ ବିଜେଡ଼ି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ପ୍ରଗତିବାଳା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ବିଜେଡ଼ି ନେତା ମାନେ ବିଜୁପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ ସ୍ୱର୍ଗତ ବିଜୁବାବୁ ସାରାବିଶ୍ୱରେ ପରିଚିତ ଥିଲେ । ମହିଳା ମାନଙ୍କ ପାଇଁ ୩୩ ଶତକଡ଼ା ସ୍ଥାନ ସଂରକ୍ଷଣ ସହ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ଯୋଜନା ପ୍ରସୃୃତ କରିଥିଲେ । ପରେ ତାଙ୍କର ସୁପୁତ୍ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଏସଏଚଜି ମହିଳା ସଂଗଠନ ଗଠନ ସହ ମହିଳାଙ୍କୁ ବହୁକ୍ଷମତା ପ୍ରଦାନକରିଥିଲେ । ହେଲେ ବର୍ତମାନର ସରକାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲକରି ଦିନକୁ ୨୭ଟଙ୍କା ପ୍ରଦାନକରି ବଡ଼କାମ କରିଥିବାର କହିବା ସହ ବିଜେଡ଼ି କରିଥିବା ଯୋଜନାର ନାମ ବଦଳାଇ ନିଜର ପ୍ରଚାର ଓ ପ୍ରସାରରେ ବହୁ ଅର୍ଥ ବ୍ୟୟକରୁଥିବାର ପ୍ରକାଶ କରିଥିଲେ । ଅନ୍ୟତମ ଅତିଥିଭାବେ ପ୍ରାକ୍ତନ ସାଂସଦ ମଜୁଲତା ମଣ୍ଡଳ, ପ୍ରଫୁଲ ଜେନା, ମନୋରଂଜନ ଘଡ଼େଇ, ସୁମତି ସେଠୀଙ୍କ ସହ ବିଭିନ୍ନ ପଂଚାୟତରେ ନିର୍ବାଚିତ ହୋଇଥିବା ମହିଳା ସରପଂଚ ଓ ସମିତି ସଭ୍ୟାଙ୍କ ସମେତ ମହିଳାମାନେ ଏକତ୍ରୀତ ହୋଇ ପୁଣି ବିଜେଡ଼ି ସରକାରଙ୍କୁ କ୍ଷମତାକୁ ଆଣିବାକୁ ଆହ୍ୱାନ ଦେଇ ଥିଲେ । ଏଥିରେ ସୁବାସ ଦାସ, ସେକଜଲାଲ ଉଦ୍ଦିନ ,ଅଶୋକ ସାହୁ, ପ୍ରଶାନ୍ତ ଦାଶ, ବିପିନ ନାୟକ, ପ୍ରଣବ କିଶୋର ଲେଙ୍କା, ଚିନ୍ମୟ ଦାସ,ପରମେଶ୍ୱର ବାରିକ,ଉଧବ ସେଠୀଙ୍କ ସହ ବହୁ ବିଜେଡ଼ିକର୍ମୀ ଉପସ୍ଥିତ ଥିବା ବେଳେ ଏହି ଦିବସରେ ବିଭିନ୍ନ ପଂଚାୟତରୁ ବହୁ ସଂଖ୍ୟକ ମହିଳା ଯୋଗ ଦେଇ ଥିଲେ ।

