ଗିରିଧାରୀ ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଳକ ଅଧିନ ବାଙ୍ଗୋରପଦୀର ଗିରିଧାରୀ ଉ.ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ସଭାପତି ସଂଜୀବ ସାହୁଙ୍କ ସଭାପତିତ୍ୱରେ ଓ ଶିକ୍ଷକ ସୁଧିର କୁମାର ବାରିକଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ଳକ ଶିକ୍ଷା ସଂଯୋଜକ ହରେକୃଷ୍ଣ ଆପଟ, ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା,ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦୁ କୁମାର ମିଶ୍ର,ଜାତୀୟ ପୁରସ୍କୃତ ଶିକ୍ଷକ ଅଜୟ କୁମାର ପୃଷ୍ଟି,ଶିକ୍ଷାବିତ୍ ଜଗନ୍ନାଥ ପାତ୍ର,ସରପଂଚ ମାନରାଣୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଚିତ ବିଦ୍ୟାଗ୍ରହଣ କରି ଗ୍ରାମର ଓ ଦେଶର ନାମ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ହେଇଥିଲେ | ବାର୍ଷିକ ବିବରଣୀ ପାଠ ପ୍ରଧାନ ଶିକ୍ଷକ ଅମର କୁମାର ବାରିକ ଓ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଶିକ୍ଷୟିତ୍ରୀ ସୁନିତି ସାହୁ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ସଂଗୀତ ଅନୁଷ୍ଠିତ ସହ ଅତିଥିମାନେ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଆରତିରାଣୀ ମହାନ୍ତି,ରଂଜିତ ରାଉତ,ଲାଙ୍ଗୁଳା ଶୁଆରଙ୍କ ସହ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ ଅଭିଭାବକ ସହଯୋଗ କରିଥିଲେ ।

Shrutilipi ad