ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାଜ୍ୟ
  • ମୋଟ ୧୮୮ଗୋଟି ଅଭିଯୋଗର ହେଲା ଶୁଣାଣି 
ବାରିପଦା:  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ   ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ବୈଠକରେ ଯୋଗଦାନ କରି ବାରିପଦା ଉପଖଣ୍ଡର ୧୦ଟି ବ୍ଲକ ଏବଂ ସଦରମହକୁମାର ବିଭିନ୍ନ  ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି।
ଏହି ଜନଶୁଣାଣୀ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ., ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା,  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା ଓ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
ଏହି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡ ର  ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ I ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡର ସର୍ବମୋଟ ୧୮୮ଟି ଅଭିଯୋଗ ପତ୍ର ଶୁଣାଣି ପାଇଁ ଗ୍ରହଣ ହୋଇଥିଲା ।
ଏ ସମସ୍ତ ଅଭିଯୋଗ ମାନଙ୍କ ମଧ୍ୟରେ ମୁଖ୍ୟତଃ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ ସ୍ୱାସ୍ଥ୍ୟଗତ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା  ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ସମ୍ଭନ୍ଧୀୟ ଆପତ୍ତି ଅଭିଯୋଗ ମାନ ଥିଲା।
ଉକ୍ତ ୧୮୮ଗୋଟି ଅଭିଯୋଗ ମଧ୍ୟରୁ ୧୬୮ଟି ବ୍ୟକ୍ତିଗତ ସମସ୍ୟା ସମ୍ଭନ୍ଧିତ ଥିବାବେଳେ, ୨୦ଗୋଟି ସାମୁହିକ ସମସ୍ୟା ସମ୍ବଳିତ  ବିଷୟ ଉପରେ  ଆଧାରିତ ଥିଲା। ୬ଟି ଆପତ୍ତିର ତତ୍କାଳ ସମାଧାନ ହୋଇଥିଲା।
ଅଭିଯୋଗ ର ଗୁରୁତ୍ୱ କୁ ବିଚାର କରି ଜିଲ୍ଲାପାଳ ୪ଜଣ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମୁଦାୟ ୨୦,୦୦୦ହଜାର ଟଙ୍କା ମଂଜୁର କରିଛନ୍ତି।
ଆଜିର ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ  ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ I
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ  ସହଯୋଗ କରିଥିଲେ.
Shrutilipi ad