ଚଳିତ ମାସ ୨୩ ତାରିଖ ରେ ମୟୁରଭଞ୍ଜ ଜିଲ୍ଲାବାସୀ ଙ୍କ ପକ୍ଷରୁ ଅନୁଷ୍ଠିତ ହେବ ସ୍ୱର୍ଗତ ଉତ୍ତମ ମହାନ୍ତି ଙ୍କ ଶ୍ରଦ୍ଧାଞ୍ଜଳି ଶୋଭା

ରାଜ୍ୟ

ବାରିପଦା : ମୟୂରଭଞ୍ଜ ମାଟି ର ଗର୍ବ ଓ ଗୋୖରବ ତଥା ଓଡ଼ିଆ ଚଳଚ୍ଚିତ୍ର ର ମହାନାୟକ ଏବଂ ମୟୁରଭଞ୍ଜ ମହୋତ୍ସବ କମିଟିର ପ୍ରଥମ ଅଧକ୍ଷ୍ୟ ସ୍ବର୍ଗତ ଉତ୍ତମ ମହାନ୍ତି (କୁନିଆଭାଇ) ଆମମାନଙ୍କୁ ଛାଡି ଚିର ନିଦ୍ରାରେ ଶୋଇଯାଇଛନ୍ତି | ଏଣୁ ତାଙ୍କ ଜନ୍ମ ମାଟି ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଜାତି,ଧର୍ମ, ବର୍ଣ୍ଣ, ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ନେଇ ସେହି ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ୟେଶରେ ଆଜି “ମୟୁରଭଞ୍ଜ ମହୋତ୍ସବ” କମିଟୀ ପକ୍ଷରୁ ଅଭ୍ୟର୍ଥନା କମିଟୀ ଅଧକ୍ଷ୍ୟ ତଥା ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା, କମିଟୀ ଅଧକ୍ଷ୍ୟ ତଥା ବର୍ଷିଆନ ଓଡିଶା ଚଳଚିତ୍ର ଅଭିନେତା ଅସିତ ପତି, କମିଟୀ ସଭାପତି ତଥା ବାରିପଦା ମ୍ୟୁନିସିପାଲିଟି ନଗରପାଳ କୃଷ୍ନାନନ୍ଦ ମହାନ୍ତି, କମିଟୀ କାର୍ଯ୍ୟକାରୀ ସଭାପତି ତଥା ସିନେ ପ୍ରଯୋଜକ ସଂଜୀବ ଦ୍ବିବେଦୀ ଏବଂ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ପ୍ରମୁଖ ମିଳିତ ଭାବେ ଆଲୋଚନା କରି ଚଳିତ ମାର୍ଚ୍ଚ ମାସ ୨୩ ତାରିଖ ରବିବାର ଦିନ ଅପରାହ୍ନ ୫ ଟା ସମୟରେ ଏକ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ବାରିପଦା ସ୍ଥିତ ବଡ ଜଗନ୍ନାଥ ମନ୍ଦିର ସମ୍ମୁଖ ରଥ ପଡ଼ିଆ ଠାରେ ଅନୁଷ୍ଠିତ କରାଯିବାର ସ୍ଥିର କରିଛନ୍ତି ଏବଂ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସବୁ ବର୍ଗର “ଉତ୍ତମ ମହାନ୍ତି ପ୍ରେମୀ” ସାମିଲ ହେବେ ବୋଲି ମୟୁରଭଞ୍ଜ ମହୋତ୍ସବ କମିଟିର ମୁଖପାତ୍ର ସତ୍ୟଜିତ ସୋମ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |

Shrutilipi ad