ବ୍ରିଜ୍ ଉପରେ ବାଇକ୍ ଜଳିଗଲା

ରାଜ୍ୟ

ଆଗରପଡ଼ା:ଗତ ରବିବାର ସନ୍ଧ୍ୟାରେ କୌଣସି କାରଣବଶତଃ ଏକ ବାଇକ୍ ଚଳନ୍ତା ଅବସ୍ଥାରେ ଜଳି ଯାଇଛି । କାନପୁର ଗ୍ରାମର ଜନୈକ ବ୍ୟକ୍ତି ନିଜ ଡିସକଭର ବାଇକ୍ ଚଳାଇ କୁପାରୀ ଆଡ଼କୁ ଯାଉଥିଲେ ।ଆଗରପଡ଼ାସ୍ଥିତ କାଣ୍ଡବା ସାଳନ୍ଦୀ ନଦୀ ବ୍ରିଜ୍ ଉପରେ କୌଣସି ଯାନ୍ତ୍ରିକ ତୃଟିରୁ ହଠାତ୍ ଇଞ୍ଜିନ୍ ରୁ ଧୂଆଁ ବାହାରିଥିଲା ।ଏହାକୁ ଦେଖି ଭୟଭୀତ ହୋଇ ଚାଳକ ବାଇକ୍ ଛାଡ଼ି ଡେଇଁ ପଡ଼ିଥିଲେ । ତାପରେ ଆଖିପିଛୁଳାକେ ବାଇକ୍ ହୁତହୁତ ହୋଇ ଜଳିବାକୁ ଆରମ୍ଭ କରିଥିଲା । ବ୍ରିଜ୍ ମଝିରାସ୍ତାରେ ବାଇକ୍ ଜଳୁଥିବାରୁ କିଛିସମୟ ପାଇଁ କୌଣସି ଯାନବାହନ ଚଳାଚଳ କରି ନ ପାରି ବ୍ରିଜ୍ ର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା । ଏମିତିକି ପୋଲିସ୍ ଗାଡ଼ି ମଧ୍ୟ ଏହି ଭିଡ଼ ଭିତରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା । ଏହି ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳେକୁ ବାଇକ୍ ଅର୍ଦ୍ଧାଧିକ ଅଂଶ ଜଳି ଯାଇଥିଲା । ବାଇକ୍ ଚାଳକ ଡେଇଁ ପଡ଼ିବା ଫଳରେ ଏକ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ।

Shrutilipi ad