ଆଗରପଡ଼ା :ବନ୍ତ ବ୍ଳକ ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ତରାଗୋ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ ଶାନ୍ତିଲତା ବିଶ୍ୱାଳଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ହେମଲତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ବନ୍ତ ବ୍ଲକ ବିଆରସିସି ହରେକୃଷ୍ଣ ଆପଟ, ମୁଖ୍ୟ ବକ୍ତା ଏବିଇଓ ପ୍ରମୋଦ ପଣ୍ଡା,ସମ୍ମାନିତ ଅତିଥି ଭାସ୍କର ଚନ୍ଦ୍ର ପାଢୀ, ଶଶୀଶେଖର କରଶର୍ମା, କୃଷ୍ଣ ଚନ୍ଦ୍ର ସାହୁ, ବସନ୍ତ ମହାପାତ୍ର, ଧର୍ମେନ୍ଦ୍ର ନାରାୟଣ ଜେନା, ଜଗନ୍ନାଥ ପାତ୍ର, ସିଆରସିସି ସନ୍ତୋଷ ମଲ୍ଲିକ, ସରପଂଚ ପ୍ରତିନିଧି ଭବେନ୍ଦ୍ର ସାହୁ, ସମିତି ସଭ୍ୟା ନିଳିମା ଖଟୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ରଜଂନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶଶିଶେଖର କରଶର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ବିଦ୍ୟାଳୟ ଶିକ୍ଷୟିତ୍ରୀ ମନୋରମା ଖିଲାର ଅତିଥି ପରିଚୟ ପ୍ରଦାନ କରିଥିଲେ ।
ବିଶ୍ୱନାଥ ବାରିକ, ମନୋରମା ଖିଲାର, ରାଜେଶ ଦତ୍ତ, ତପସ୍ୱିନୀ ଜେନା, ମାନସୀ ନାୟକ ,ଭରତ ଚନ୍ଦ୍ର ପ୍ରଧାନ, ସତ୍ୟ ପ୍ରକାଶ ପରିଡ଼ା, ସ୍କୃତିରେଖା ରାଉତ,ରଶ୍ମିରେଖା ଜେନା,ମହାଧନ ମାଝି ଓ ଶ୍ରୀଧର ଦାସ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ପିଲାମାନଙ୍କୁ ନେଇ କାର୍ଯ୍ୟକ୍ମରକୁ ନୂତନ ଶୈଳୀରେ ଉପସ୍ଥାପନା କରିଥିଲେ । ଶିକ୍ଷାର୍ଥୀଙ୍କ ଅଭିଭାଷଣ ସହିତ ସେମାନଙ୍କ ମଂଚ ପରିଚାଳନା ଶୈଳୀ ଓ ସାସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅଭିଭୂତ କରିଥିଲା । ସମାଜସେବୀ ଓ ଡ଼ାକ୍ତର ପ୍ରଶାନ୍ତ ଖଟୁଆ ଓ ଅଭିଭାବକ ଅରୁଣ ରାଉତଙ୍କ ଅଭିଭାଷଣ ସମାଜ ଉପଯୋଗୀ ଥିଲା । ଶିକ୍ଷକତା ହିଁ ଶ୍ରେଷ୍ଠ ପେସା, ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ତାଙ୍କର ଏକମାତ୍ର ନିଶା ଏହା ହିଁ ଥିଲା ଏହି ବିଦାୟୀକାଳୀନ ଉତ୍ସବର ଅତିଥିଙ୍କ ମୁଖ୍ୟ ଅଭିବ୍ୟକ୍ତି । ଏହି ଅବସରରେ ଅତିଥିମାନେ ବରିଷ୍ଠ ଶିକ୍ଷୟିତ୍ରୀ ଶାନ୍ତିଲତା ବିଶ୍ୱାଳଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶିକ୍ଷକ ବିଶ୍ୱନାଥ ବାରିକଙ୍କ ମାନପତ୍ର ପଠନ ଓ ରାଜେଶ ଦତ୍ତଙ୍କ ଧନ୍ୟବାଦ ଅର୍ପଣ ସହିତ ସମ୍ବର୍ଦ୍ଧନା ସଭା ଉଦ୍ଯାପନ ହୋଇଥିଲା ।

