ପାଟଣାରେ ହେବ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ରାଜ୍ୟ

କେନ୍ଦୁଝର ଜିଲାର ପାଟଣାରେ ଏକ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଘୋଷଣା କରିଥିଲେ। କାରଖାନା ପ୍ରତିଷ୍ଠା ଲାଗି ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ କମ୍ପାନୀ ସରକାରଙ୍କ ସହିତ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷର କରିଛନ୍ତି। ୩୦ରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Shrutilipi ad