ବସନ୍ତିଆ ବିଦ୍ୟାଳୟ ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବସନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ଅଶୋକ ସାହୁ ,ଅନ୍ୟତମ ଅତିଥି ସାଧନକେନ୍ଦ୍ର ସଂଯୋଜକ ସୁଧାଙ୍କୁ ଶେଖର ଦାସ, ପରିଚାଳନା କମିଟି ସଭାପତି ଭାଗବତ ପଣ୍ଡା, ପଂଚାୟତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଆଲୋକ ପ୍ରଧାନ, ସସ୍ମିତା ମଲ୍ଲିକ, ରୀନାରାଣୀ ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ସେଠୀ ଅତିଥି ପରିଚୟ, ପଦ୍ମନୀ ସେଠୀ ବିବରଣୀ ପାଠ ଓ ରଶ୍ମିରାଣୀ ସୁଆଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ସହ ‘ବାଲ୍ୟ ବିବାହ’ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହୋଇଥିଲା ।

Shrutilipi ad