ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ଆଳମଙ୍ଗା ଗ୍ରାମର ଆରାଧ୍ୟ ଦେବ ପାତାଳେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗ୍ରାମ୍ୟ ପୁଷ୍କରିଣୀରୁ ଏଗାର ଗୋଟି କଳସ ଘଟୋତ୍ତଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପୂର୍ବକ ପୂଜା ମଣ୍ଡପକୁ ଅଣାଯାଇଥିଲା । ସୂର୍ଯ୍ୟ ପୂଜା, ଗୋ ପୂଜା, ରୁଦ୍ରଭିଷେକ ସମେତ ସମସ୍ତ ଯଥା ରୀତି ନୀତି ଅନୁଯାୟୀ ପୂଜକ ସହଦ୍ୱେ ପଣ୍ଡା, ମଣିଭଦ୍ର ପଣ୍ଡା, ରମାକାନ୍ତ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । କର୍ତ୍ତା ଭାବେ ବିଦ୍ୟାଧର ଜେନା ଓ ଶାନ୍ତି ଲତା ଜେନା କାର୍ଯ୍ୟ ତୁଲାଇଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଛୟାଳସିଂହ, ସେଣ୍ଡତିରା, ଗଣିଜାଙ୍ଗ, ନିଳକ, ଗୋବିନ୍ଦପୁର ପଂଚାୟତର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉକ୍ତ ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଆଳମଙ୍ଗା ଗ୍ରାମବାସୀ ସହଯୋଗ କରିଥିଲେ ।

