ସର୍ଚ୍ଚ ଅପରସନ ବେଳେ ମାଓ ଡମ୍ପରୁ ମେଡିକାଲ ସାମଗ୍ରୀ ଜବତ

ରାଜ୍ୟ

ମାଲକାନଗିରି: ଛତିଶଗଡ-ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମାଓ ଡମ୍ପ । ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ଚଢ଼ାଉରେ ସିଆରପିଏଫ ଓ କୋବ୍ରା ଯବାନ ସାମିଲ ଥିଲେ।

ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏହି କ୍ୟାମ୍ପର ସୁରକ୍ଷା କର୍ମୀ ସର୍ଚ୍ଚ ଅପରସନ ବେଳେ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ,ଚକ୍ଷୁ ପରୀକ୍ଷଣ କିଟ୍ ସମେତ ନକ୍ସଲ ପୁସ୍ତକ,ଷ୍ଟେଥୋ, ଲୁହାଛଡ଼,ବିଦ୍ୟୁତ ତାର ଇତ୍ୟାଦି ବହୁ ସାମଗ୍ରୀ ଜବତ କରାଯାଇଛି।

Shrutilipi ad