ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ମୁଣ୍ଡଳୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଶ୍ୱେତପଦ୍ମା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡ଼ାଏଟ୍ ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ,ମୁଖ୍ୟ ବକ୍ତା ବଉଳା କଲେଜ ଅଧ୍ୟାପକ ଫକୀର ଚରଣ ଶଂଖୁଆ ଓ ସମ୍ମାନିତ ଅତିଥି ସରପଂଚ ପ୍ରକାଶ ଚନ୍ଦ୍ର ବିଶ୍ୱାଳ,ଏବିଇଓ ହରେକୃଷ୍ଣ ଆପଟ,ସିଆରସିସି ନିରଜଂନ ଖିଲାର,ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଜେନା,ଅବସରପ୍ର।।ପ୍ତ ପ୍ରଧାଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ,ଜଗବନ୍ଧୁ ରାଉତ,ଆନନ୍ଦ ଚନ୍ଦ୍ର ରାଉତ,ବିନୋଦ ବିହାରୀ ରାଉତ,ପଦ୍ମାବତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଗୋପାଳକୃଷ୍ଣ ପୁହାଣ ଓ ଶିକ୍ଷୟିତ୍ରୀ ମାନସୀ ବିଶ୍ୱାଳଙ୍କ ସମେତ କ୍ଲଷ୍ଟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଭିନ୍ନ କ୍ରିଡ଼ାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

