ବର୍ଷକରେ ମରିଛନ୍ତି ୮୧ ହାତୀ, ମୃତ୍ୟୁ ହାର ଚିନ୍ତାଜନକ

ରାଜ୍ୟ

ଭୁବନେଶ୍ୱର: ବର୍ଷକରେ ହାରାହାରି ୮୧ ହାତୀ ମୃତ୍ୟୁବରଣ କରିଛନ୍ତି । ହାତୀ ଶିକାର, ବିଦ୍ୟୁତ୍‌ ଆଘାତ ଭଳି ବିଭିନ୍ନ କାରଣରୁ ହାତୀ ମୃତ୍ୟୁ ହେଉଛି ବୋଲି ବିଧାନସଭାରେ ଆଜି ଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ଉତ୍ତର ରଖିଛନ୍ତି ।

ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି ଯେ, ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ୨୦୧୩ଟି ହାତୀ ରହିଛନ୍ତି ।

ସୂଚନାଯୋଗ୍ୟ, ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କନ୍ଦୁଝରରେ ହାତୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢିଛି । କନ୍ତୁ ଶିମିଳିପାଳ, ବାଲେଶ୍ୱର, ରାଇରଙ୍ଗପୁର, ବଲାଙ୍ଗୀର ଓ ପାରଳାଖେମୁଣ୍ଡିରେ ପୂର୍ବ ଅପେକ୍ଷା ହାତୀ କମିଛନ୍ତି । ଶୀତଦିନେ ସୀମାବର୍ତ୍ତୀ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଜଙ୍ଗଲକୁ ହାତୀମାନେ ଓଡ଼ିଶାକୁ ଆସୁଛନ୍ତି ।

Shrutilipi ad