ଆନନ୍ଦ ମାର୍ଗ ବିଦ୍ୟାଳୟରେ ଯୋଗ ଓ ସମାଜ କଲ୍ୟାଣ ପ୍ରଶିକ୍ଷଣ ଶିବିର

ରାଜ୍ୟ

ଆଗରପଡ଼ା :ବନ୍ତ ଠାରେ ଅବସ୍ଥିତ ଥିବା ଆନଦ ମାର୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପକ୍ଷରୁ ତ୍ରୀ ଦିବସବ୍ୟପି ଆନଂଦମାର୍ଗ ଯୋଗ ଓ ସମାଜ କଲ୍ୟାଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଡ଼ ମୁରଲୀ ଧର ସୁତାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ୧୨ ଜଣ ସନ୍ୟାସୀ ଓ ସନ୍ୟାସୀନୀ ଯୋଗଦେଇ ଏକ ଇଶ୍ୱର,ଏକଧର୍ମ,ଏକଜାତୀ,ଏକ ବିଶ୍ୱ,.ଏକ ମାନବ ସମାଜ ଉପରେ ଉଦ୍‌ବୋଧନ ସହ ବ୍ୟକ୍ତି ବିଶେଷଙ୍କୁ ଆତ୍ମଜ୍ଞାନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ବିଶୁଧାତ୍ମା ସ୍ୱାମୀ, ଜପକ୍ରୀଷ୍ଣାନଂଦ ଅବଧୁତ, ଜୟଦୀପାନଂଦ ଅବଧୁତ, ଆଚାର୍ଯ୍ୟ ଅରିନ୍ଦମା ନଂଦ ଅବଧୁତ, କୀର୍ତିନାଥାନଂଦ ଅବଧୁତ, ଅବଧୁତିକା ସୁପ୍ରଶନୀ ଆଚାର୍ଯ୍ୟା ପ୍ରମୁଖ ଯୋଗ, ପ୍ରାଣାୟମ ,ନୈତିକ ଶିକ୍ଷା ବିଷୟରେ ଶିକ୍ଷା ପ୍ରଦାନ ସହ ଯୋଗ ଶିକ୍ଷା ପ୍ରଦାନକରିଥିଲେ । ଏହା ପୂର୍ବରୁ ମଧ୍ୟ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହାକୁ ଲଷ୍ମୀଧର କାଣ୍ଡି, ନିତ୍ୟାନଂଦ ବିଶ୍ୱାଳ, ପ୍ରଶାନ୍ତ ଜେନା, ଧୀରେନ୍ଦ୍ର ଜେନା, ରାଜେଶ ଜେନା, ସୁବାଶ ନାୟକ, ଅନିମା ଜେନା ପ୍ରମୁଖ ଆୟୋଜନ କରିଥିଲେ ।

Shrutilipi ad