ବନ୍ତ ସରକାରୀ ଉଚ୍ଚବିଦ୍ୟାଳୟ ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ସଦର ମୋହକୁମାରେ ଅବସ୍ଥିତ ଥିବା ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଉତ୍ତମ କୁମାର ଦତ୍ତ ଙ୍କ ସଭାପତିତ୍ୱରେ ଅତିଥି ଭାବେ ସ୍ଥାନୀୟ ସରପଂଚ ମାନସୀରାଣୀ ରାଉତ, କୃତୀ ଶିକ୍ଷକ ଶଶୀଶେଖର କର ଶର୍ମା, ଶିକ୍ଷାବିତ୍ ତ୍ରୀଲୋଚନ ପଣ୍ଡା, ସିଆରସିସି ଅଶୋକ ଦାସ, ଗଂଗାଧର ନାୟକ, ପଂଚାନନ ଜେନା, ରମେଶ ଚକ୍ରବର୍ତ୍ତି, ଅଖିଳ ଭାଟରାଏ, ମୁକ୍ତିକାନ୍ତ ସେଠୀ, ସସ୍ମୀତା ବେହେରା ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ଶିକ୍ଷକ ପୀତବାସ ଜେନା ଓ ପୂର୍ଣ୍ଣିମା ମିଶ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଥିଲା । ଶିକ୍ଷୟିତ୍ରୀ ପ୍ରତିମା ମହାନ୍ତି ଅତିଥିପରିଚୟ, ବାର୍ଷିର୍କ ବିବରଣୀ ପାଠ ଲିଜା ଦାସ,ମଂଚ ପରିଚାଳନା ବିଜୟଲଷ୍ମୀ ମଲ୍ଲିକ ଓ ଧଦ୍ୟବାଦ ଅର୍ପଣ କରିଥିଲେ ରୀନାରାଣୀ କୋରକୋଟା, ମାନପତ୍ର ପାଠ ସୁପ୍ରଭା ଦାସ, ମାମା ଜେନା, ବେଦମନ୍ତ୍ର ପାଠ ଲଷ୍ମରଧର ମଲ୍ଲିକ କରିଥିବା ବେଳେ । କାର୍ଯ୍ୟକ୍ରମ ପରିଚାଳନାରେ ନାରାୟଣ ଚନ୍ଦ୍ର ଧଳ ,ବିଜୟ ସାମଲଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ । ଶେଷର କୃତୀ ଛାତ୍ରଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Shrutilipi ad