ଆଗରପଡ଼ା :ଜଣେ କ୍ୟାନସର୍ ପୀଡ଼ିତା କେମୋ ନେବା ପରେ ତାଙ୍କର ସମସ୍ତ ଚୂଳ ଝଡ଼ି ଯାଇଥାଏ । ଯାହା ଫଳରେ ସେ ସୁସ୍ଥ ହୋଇ ଘରକୁ ଫେଣିବା ପରେ ବାହାରକୁ ବାହାରିବା ପାଇଁ ଲଜ୍ଜିତ ଅନୁଭବ କରିଥାଏ । କାରଣ ନାରୀର ସୌନ୍ଦର୍ଯ୍ୟ ହେଉଛି କେଶ । ତେଣୁ ସେମାନଙ୍କୁ ଲଜ୍ଜା ମୁକ୍ତ କରିବା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶାର ‘ସୋପ୍ଭା’ଟ୍ରଷ୍ଟ ନାମକ ଏକ ସଂସ୍ଥା ଉକ୍ତ ମହିଳାଙ୍କୁ ବିନା ମୂଲ୍ୟରେ ୱିଗ ଯୋଗାଇଥାଏ । ସେହି ୱିଗ ପ୍ରସ୍ତୁତପାଇଁ କେଶର ଆବଶ୍ୟକତା ପଡ଼ିଥାଏ । ସେଥିପାଇଁ ଏବେ ସାରା ଓଡ଼ିଶାରୁ ବହୁତ ମହିଳା କେଶ ଦାନ କରୁଛନ୍ତି । କେବଳ ମହିଳା ନୁହନ୍ତି ପୁରୁଷମାନେ ବି ଏଥିରେ ସାମିଲ ହେଉଛନ୍ତି । ୱିଗ ବନାଇବା ପାଇ କେଶର ଲମ୍ବ ୧୨ଇଂଚ ହେବା ଦରକାର । ତେଣୁ ନିଜ କେଶ ବଢିବା ପରେ ସେଥିରୁ ୧୨ ଇଚଂ ଲମ୍ବ କେଶକୁ କାଟି ମହିଳାମାନେ ଉକ୍ତ ସଂସ୍ଥାକୁ ଦାନ କରୁଛନ୍ତି । ଆଗରପଡ଼ା ଥାନା ଅନ୍ତର୍ଗତ ବିସଲପଟା ଗ୍ରାମର ପିତା ଜଗବନ୍ଧୁ ନାୟକ ,ମାତା ଭାରତୀଙ୍କ ଝିଅ ଏବଂ ତାପସ ରଞ୍ଜନ ସ୍ୱାଇଁଙ୍କ ପତ୍ନୀ ଜୟଶ୍ରୀ ଏହି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରି ନିଜର ଲମ୍ବା କେଶରୁ ୧୫ଇଚଂ କେଶକୁ କ୍ୟାନସର୍ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଦାନ କରି ନାରୀର ସୌନ୍ଦର୍ଯ୍ୟ ରକ୍ଷା କରିବା ପାଇଁ ନିଜର ସୌନ୍ଦର୍ଯ୍ୟକୁ ମଧ୍ୟ କିଛି ମାତ୍ରାରେ ଦାନକରି ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଜୟଶ୍ରୀଙ୍କ ଏହିପରି ମହାନ ଚିନ୍ତାଧାରା ଓ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବା ସହ ସେ ବର୍ତ୍ତମାନ ଚର୍ଚ୍ଚାରେ ।

